Latest Odisha News

ବାବା ରାମଦେବଙ୍କୁ ବଡ ଝଟକା, ପତଞ୍ଜଳି ଆୟୁର୍ବେଦ ଏବଂ ଦିବ୍ୟା ଫାର୍ମାସିର ପ୍ରାୟ ୧୪ ଟି ଉତ୍ପାଦର ଲାଇସେନ୍ସ ବାତିଲ

ନୂଆଦିଲ୍ଲୀ: ଥମିବା ନାଁ ଧରୁନି ଯୋଗ ଗୁରୁ ବାବା ରାମଦେବଙ୍କ ଅଡୁଆ । ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ବାବା ରାମଦେବଙ୍କୁ ଝଟକା ଦେଇଛନ୍ତି ଉତ୍ତରାଖଣ୍ଡ ସରକାର । ଉତ୍ତରାଖଣ୍ଡ ସରକାର ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ଏବଂ ଦିବ୍ୟା ଫାର୍ମାସିର ପ୍ରାୟ ୧୪ ଟି ଉତ୍ପାଦର ଲାଇସେନ୍ସ ବାତିଲ କରିଛନ୍ତି । ବିଭ୍ରାନ୍ତିକର ତଥା ମିଥ୍ୟା ବିଜ୍ଞାପନ ମାମଲାରେ ଦିବ୍ୟା ଫାର୍ମାସିର ଏହି ଉତ୍ପାଦଗୁଡିକ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର ।

ଉତ୍ତରାଖଣ୍ଡ ଔଷଧ ନିୟନ୍ତ୍ରଣ ବିଭାଗ ତରଫରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଦିବ୍ୟା ଫାର୍ମାସି ବାରମ୍ବାର ନିଜ ଉତ୍ପାଦ ସମ୍ପର୍କରେ ଭ୍ରମ ସୃଷ୍ଟି କରୁଥିବା ବିଜ୍ଞାପନ ପ୍ରକାଶ କରୁଥିବାରୁ ଏହାର ୧୪ଟି ଉତ୍ପାଦକୁ ବ୍ୟାନ୍‌ କରି ଦିଆଯାଇଛି । ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ବ୍ୟାନ୍‌ ହୋଇଥିବା ପତଞ୍ଜଳିର ୧୪ ଉତ୍ପାଦ ମଧ୍ୟରେ ସ୍ୱାସାରି ଗୋଲ୍ଡ, ସ୍ୱାସାରି ବତି, ସ୍ୱାସାରି ପ୍ରବାହି, ବ୍ରୋକୋମ, ଅବଲେହ, ମୁକ୍ତି ବଟି ଏକ୍ସଟ୍ରା ପାୱାର, ପତଞ୍ଜଳି ଦୃଷ୍ଟି ଆଇ ଡ୍ରପ ଆଦି ସାମିଲ ଅଛି ।

ସୁପ୍ରିମକୋର୍ଟ କିଛି ଉତ୍ପାଦର ବିଭ୍ରାନ୍ତିକର ବିଜ୍ଞାପନ ବନ୍ଦ କରିବାକୁ ନିର୍ଦ୍ଦେଶ ପାଳନ ନକରିବାରୁ ରାମଦେବଙ୍କୁ ସମାଲୋଚନା କରିଛନ୍ତି। ପତଞ୍ଜଳି ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହେବ। ଆଜି କୋର୍ଟ ନିଷ୍ପତ୍ତି ନେବେ ଯେ ରାମଦେବ ଏବଂ ବାଲକ୍ରିଷ୍ଣାଙ୍କ ବିରୋଧରେ ଅବମାନନା ଅଭିଯୋଗ ଦାଖଲ କରାଯିବା ଉଚିତ କି ନୁହେଁ। ଏହି ମାମଲାର ଶେଷ ଶୁଣାଣି ୨୩ ଏପ୍ରିଲରେ ହୋଇଥିଲା।

Leave A Reply

Your email address will not be published.