Latest Odisha News

BREAKING NEWS

ଏନ୍‌କାଉଣ୍ଟରେ ୪ ମାଓବାଦୀ ମୃତ

ବାଲିଗୁଡା: ଏନ୍‌କାଉଂଟରେ ଟଳିଲେ ୪ ମାଓବାଦୀ । କନ୍ଧମାଳ-କଳାହାଣ୍ଡି ସୀମାନ୍ତ  ବାଲିଗୁଡ଼ା ସ୍ଥିତ ଧୁସେରି ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଫଳରେ ୪ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି ।

ଧୁସେରି ଜଙ୍ଗଲରେ ଓଡିଶା ପୁଲିସର ଏସଓଜି ଏବଂ ଡିଭିଏଫ ଯବାନ-ସିପିଆଇ ମାଓବାଦୀ ମୁହାଁମୁହିଁ ହେବା ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ବେଲଘର ପୁଲିସ ଷ୍ଟେସନ ଅଧୀନରେ ଥିବ‌େ ଭଣ୍ଡରଙ୍ଗୀ ପଞ୍ଚାୟତ ଅଂଚଳରେ ଏହି ଏନକାଉଣ୍ଟର ଘଟିଥିବା ଜଣା ପଡ଼ିଛି। କିଛି ସମୟ ଏନକାଉଣ୍ଟର ଚାଲିବା ପରେ ଏବେ ୪ ମାଓବାଦୀ ମୃତ୍ୟୁବରଣ କରିଥିବା ସହ ଜଣେ ଯବାନ ଆହତ ହୋଇଥିବା ନେଇ ସୂଚନା ମିଳିଛି। ଏହା ସହ ଏବେ ବି ସିର୍କି ଏବଂ ଗୁମ ଜଙ୍ଗଲରେ ଯବାନ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିବା ଜଣାପଡ଼ିଛି।

ସୂତ୍ରରୁ ପ୍ରକାଶ ଯେ, ୪ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ଏବଂ ଜଙ୍ଗଲରେ କମ୍ବିଂ ଅପରେସନ ଚାଲୁ ରହିଛି। କମ୍ବିଂ ଏବଂ ସର୍ଚ୍ଚ ଅପରେସନ୍ ପାଇଁ ଏସଓଜି, ଡିଭିଏଫ ଏବଂ ସିଆରପିଏଫର ଅଧିକ ଦଳ ଗୁଳି ବିନିମୟ ହୋଇଥିବା ଅଞ୍ଚଳକୁ ପଠାଯାଇଥିବା ଓଡ଼ିଶା ପୁଲିସ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.