Latest Odisha News

BREAKING NEWS

ଆଇପିଏଲ୍ ଏଲିମିନେଟର ମୁକାବିଲା: ବେଙ୍ଗାଳୁରୁକୁ ହରାଇଲା କୋଲକାତା

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ୱାଦ): ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁର ଆଇପିଏଲ୍ ଟ୍ରଫି ଜିତିବା ସ୍ୱପ୍ନ ଚୁରମାର ହୋଇଛି । ଗତକାଲି ଖେଳାଯାଇଥିବା ଏଲିମିନେଟର ମୁକାବିଲାରେ ବେଙ୍ଗାଳୁରୁକୁ ୪ ଓ୍ୱିକେଟରେ ହରାଇଛି କୋଲକାତା ନାଇଟ ରାଇଡର୍ସ । ଶାରଜାହ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଏଲିମିନେଟର ମୁକାବିଲାରେ ଟସ୍ ଜିତି ଆରସିବି ୭ ଓ୍ୱିକେଟରେ ୧୪୩୮ ରନ୍ କରିଥିଲା ।

କୋଲକାତା ନାଇଟ୍ ରାଇଡର୍ସ ୨ଟି ବଲ୍ ଓ ହାତରେ ୪ ଓ୍ୱିକେଟ ବାକି ଥାଇ ଟାର୍ଗେଟ ୧୩୯ ରନ୍ କରିଥିଲା । ଆସନ୍ତାକାଲି କୋଲକାତା ଦ୍ୱିତୀୟ କ୍ୱାଲିଫାୟାରରେ ଦିଲ୍ଲୀ କ୍ୟାପିଟାଲ୍ସ ସହ ଖେଳିବ । ଯିଏ ଜିତିବ ଯିବ ଫାଇନାଲ୍ । ଚେନ୍ନାଇ ସହ ଟ୍ରଫି ଲଢ଼େଇରେ ସାମନା ସାମନି ହେବେ ।

କୋଲକାତାର ବିଡୟର ହିରୋ ଥିଲେ ସୁନୀଲ ନରେନ୍ । ପ୍ରଥମେ ବୋଲିଂରେ ୪ଟି ଓ୍ୱିକେଟ ଅକ୍ତିଆର କରିଥିଲେ । ବିରାଟ କୋହଲି, ଡିଭିଲିୟର୍ସ, ଗ୍ଲେନ୍ ମ୍ୟାକ୍ସଓ୍ୱେଲ ଓ ଶ୍ରୀକର ଭରତଙ୍କ ଓ୍ୱିକେଟ ନେଇଥିଲେ । ପରେ ବ୍ୟାଟିଂରେ ମହତ୍ତ୍ୱପୂର୍ଣ୍ଣ ୨୬ ରନ୍ ପିଟିଥିଲେ ନାରିନ୍ ।

ସେପଟେ ଏଲିମିନେଟର ମ୍ୟାଚ୍ ହାରିବା ପରେ ଚଳିତ ଆଇପିଏଲରେ ଶେଷ ହୋଇଛି ବେଙ୍ଗାଳୁରୁର ଅଭିଯାନ । ଗତକାଲି କୋହଲି, ଡିଭିଲିୟର୍ସ ଓ ଗ୍ଲେନ୍ ମ୍ୟାକ୍ସଓ୍ୱେଲଙ୍କ ବ୍ୟାଟରୁ ଧୂଆଁଧାର ଇନିଂସ ସର୍ଟ ବାହାରି ନଥିଲା । ଫଳରେ ବଡ଼ ସ୍କୋର କରିବାରେ ଫେଲ୍ ମାରିଥିଲା ଆରସିବି ।

Leave A Reply

Your email address will not be published.