Latest Odisha News

BREAKING NEWS

ଇସ୍ରାଏଲ ନିର୍ବାଚନରେ ​​ନେତାନ୍ୟାହୁଙ୍କ ବିଜୟ ପରେ ଗାଜା ମାଡ଼ କଲା ରକେଟ

ତେଲ ଆଭିଭ : ବେଞ୍ଜାମିନ ନେତାନ୍ୟାହୁ ଇସ୍ରାଏଲ ନିର୍ବାଚନରେ ​​ଜିତିବାର କିଛି ସମୟ ପରେ ଗାଜାରୁ ଇସ୍ରାଏଲ ସୀମା ମଧ୍ୟକୁ ରକେଟ ମାଡ଼ କରାଯାଇଛି । ସେଥିମଧ୍ୟରୁ ଗୋଟିଏ ଆଇରନ୍ ଡୋମ୍ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ନଷ୍ଟ କରିଦିଆଯାଇଥିବା ସେନା ପକ୍ଷରୁ କୁହାଯାଇଛି ।  ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ କହିଛି ରାତି 9 ଟା ପରେ ଗାଜାରୁ ଏହି ରକେଟ ମାଡ଼ କରାଯାଇଥିଲା ।

ରକେଟ୍ ଆସୁଥିବା ନେଇ ସାଇରନ୍ ବାଜିବା ପରେ ସୀମା ନିକଟ ଲୋକେ  ଭୟଭୀତ ହୋଇଥିଲେ । ତେବେ ଏଥିରେ କିଛି କ୍ଷୟକ୍ଷତି ହୋଇଥିବା ଜଣାପଡିନାହିଁ ।  ନେତାନ୍ୟାହୁ ତାଙ୍କ ଶାସନ କାଳ ମଧ୍ୟରେ ଗାଜାରେ ଥିବା ଆତଙ୍କୀ ଆଡ଼ାକୁ ଧ୍ବଂସ କରିଦେଇଥିଲେ । ଗାଜାରେ ଥିବା ଆତଙ୍କବାଦୀମାନେ ଇସ୍ରାଏଲରେ ବହୁମତ ସରକାର ହେଉ ତାହା କେବେ ଚାହାଁନ୍ତି ନାହିଁ ।

ଇସ୍ରାଏଲର ସଂସଦରେ ନେତାନ୍ୟାହୁ ଏବଂ ତାଙ୍କର ସହଯୋଗୀମାନେ ପର୍ଯ୍ୟାପ୍ତ ଆସନ ଜିତିବା ପରେ ଏହା ଘଟିଛି। ଫଳାଫଳ କୁ ନେଇ ଗାଜା ଭୟଭୀତ ହୋଇଛି । ଗୋଟେ ପଟେ ନେତାନ୍ୟାହୁଙ୍କ ସମର୍ଥକ  ବିଜୟ ସମାବେଶ କରୁଥିବା ବେଳେ ଗାଜାରେ କିନ୍ତୁ  ନେତାନ୍ୟାହୁଙ୍କୁ ବିରୋଧ କରାଯାଉଛି ।

Leave A Reply

Your email address will not be published.