Latest Odisha News

BREAKING NEWS

ଜମ୍ମୁ କଶ୍ମୀରରେ ଏନକାଉଣ୍ଟର, ୪ ଆତଙ୍କବାଦୀ ନିପାତ

ଶ୍ରୀନଗର: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ଆତଙ୍କବାଦୀ । ଟ୍ରକରେ ଆସୁଥିବା ଆତଙ୍କୀଙ୍କୁ ନିପାତ କରିଛନ୍ତି ସୁରକ୍ଷାବାହିନୀ । ଜମ୍ମୁ କଶ୍ମୀର ଜାତୀୟ ରାଜପଥ ନାଗରୋଟା ବାନ ଟୋଲପ୍ଲାଜା ନିକଟରେ ଗୁଳିବିନିମୟ ହୋଇଥିଲେ ।

ଗୁଇନ୍ଦା ସୂଚନା ଆଧାରରେ ଟୋଲ ପ୍ଲାଜାରେ ନିକଟରେ ନାକାବନ୍ଦୀ କରି ଗାଡ଼ିମୋଟର ଚେକିଂକୁ ଜୋରଦାର କରାଯାଇଥିଲା । ଆଜି ସକାଳ ୫ଟା ବେଳକୁ ଗୋଟିଏ ଟ୍ରକରେ ଆତଙ୍କବାଦୀ ଜମ୍ମୁ କଶ୍ମୀର ହାଇଓ୍ୱେରେ କଶ୍ମୀର ଯାଉଥିଲେ । ଏତିକିବେଳେ ଟ୍ରକକୁ ଅଟକାଇଥିଲେ ସୁରକ୍ଷାକର୍ମୀ ।

ଗାଡ଼ି ଯାଞ୍ଚ ବେଳେ ଟ୍ରକରେ ଥିବା ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିମାଡ଼ କରିଥିଲେ । ଏହାପରେ ସେମାନେ ପାଖ ଜଙ୍ଗଲ ଆଡକୁ ଖସି ପଳାଇଥିଲେ । ସୁରକ୍ଷାକରପ୍ମୀ ସର୍ଚ୍ଚ ଅପରେସନ୍ କରିବା ବେଳେ ପୁଣି ଗୁଳିମାଡ଼ କରିଥିଲେ ଆତଙ୍କୀ । ପାଲଟା ଆକ୍ରମଣରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି ।

ଏହି ଘଟଣା ପରେ ଜମ୍ମୁ କଶ୍ମୀର ଜାତୀୟ ରାଜପଥର ନଗରୋଟାରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ଜମ୍ମୁ କଶ୍ମୀର ରାଜପଥକୁ ବନ୍ଦ କରିବା ସହ ସର୍ଚ୍ଚ ଅପେରସନ୍ ଜାରି ରହିଛି ।

Leave A Reply

Your email address will not be published.