Latest Odisha News

BREAKING NEWS

ଭାରସାମ୍ୟ ହରାଇ ବ୍ରିଜରେ ପିଟି ହେଲା ବାଇକ୍, ଦୁଇ ଆରୋହୀ ମୃତ

ସମ୍ୱଲପୁର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ । ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ରାଞ୍ଚି-ବିଜୟୱାଡା ରାସ୍ତାର ଡ଼ିମିରିକୁଦା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକମାନେ ହେଲେ ରେଢ଼ାଖୋଲ ଏଲଆଇସି କଲୋନୀର ଅଭିଜିତ ପାଣିଗ୍ରାହୀ ଓ ରଥସାହିର ରାମଚନ୍ଦ୍ର ପ୍ରଧାନ ।

ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି । ମୃତ ଯୁବକମାନେ ବାଇକ୍ ଯୋଗେ ନାକଟିଦେଉଳ ପଟରୁ ରେଢ଼ାଖୋଲ ଅଭିମୁଖେ ଆସୁଥିଲେ । ଭାରସାମ୍ୟ ହରାଇ ଡ଼ିମିରିକୁଦା ଗାଁ ନିକଟ ବ୍ରିଜରେ ସେମାନଙ୍କର ବାଇକ୍ ପିଟି ହୋଇଥିଲା । ନାଳ ତଳେ ଖସି ପଡ଼ିବାରୁ ଘଟଣାସ୍ଥଳରେ ଦୁହିଁଙ୍କର ମୃତ୍ୟୁ ହୋଇଥିଲା ।

ଏତେ ଜୋରରେ ଦୁର୍ଘଟଣା ହୋଇଥିଲା ଯେ ସେମାନେ ଛିଟିକି ପଡିଥିଲେ । ଆଜ ସକାଳୁ ମର୍ଣ୍ଣିଂ ଓ୍ୱାକରେ ଆସିଥିବା କିଛି ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ କରୁଛି ।

Leave A Reply

Your email address will not be published.