Latest Odisha News

BREAKING NEWS

ଚାରି ବର୍ଷର ଶିଶୁକୁ ଝୁଣି ଖାଇଲେ କୁକୁର ପଲ

ହାଇଦ୍ରାବାଦ: କୁକୁରଙ୍କ ଆକ୍ରମଣରେ ନିଷ୍ପାପ ଶିଶୁର ମୃତ୍ୟୁ ଘଟିଛି । ମୃତ ଶିଶୁ ଜଣଙ୍କ ହେଉଛନ୍ତି ୪ ବର୍ଷୀୟ ପ୍ରଦୀପ । ରବିବାର ଦିନ ହାଇଦ୍ରାବାଦରେ ଏପରି ଅଭାବନୀୟ ଘଟିଥିବା ଜଣାପଡିଛି । ଆକ୍ରମଣ ସମୟର ପୁରା ଘଟଣା ସିସିଟିଭିରେ କଏଦ ହୋଇଛି ।

ପୋଲିସର ସୂଚନା ମୁତାବକ, ଜଣେ ୪ ବର୍ଷର କୁନି ପିଲା ରାସ୍ତାରେ ଯାଉଥିବା ବେଳେ ପ୍ରଥମେ କିଛି କୁକୁର ତାକୁ ଭୁକିଥିଲେ । ସେ ଡରି ଯାଇ ତଳେ ପଡ଼ିଗଲା  । ଆଉ ତାପରେ ଗୋଟିଏ ପରେ ଗୋଟିଏ ବୁଲା କୁକୁର ଏକାଠି ହୋଇ, ସେଇ କୁନି ଛୁଆକୁ ଝୁଣି ଖାଇବାକୁ ଲାଗିଲେ । ତାର ଅଣ୍ଟା, ଗୋଡ଼, ବେକ ଆଦିରୁ କାମୁଡ଼ି ମାଂସ ଛିଣ୍ଡାଇବାକୁ ଲାଗିଲେ କୁକୁର । ଫଳରେ ଘଟଣାସ୍ଥଳରେ ଶିଶୁଟିର ମୃତ୍ୟୁ ଘଟିଥିଲା  ।

ମୃତ ଶିଶୁଟି ନିଜାମାବାଦ ଜିଲ୍ଲାର ଇନ୍ଦଲୱାଇ ମଣ୍ଡଳ ଅଞ୍ଚଳର ହୋଇଥିବାବେଳେ ତା’ର ବାପା ଗଙ୍ଗାଧର  । ଚାରି ବର୍ଷ ପୂର୍ବେ ଚାକିରି ପାଇଁ ହାଇଦ୍ରାବାଦ ଆସିଥିଲେ । ସେ ଚୌରାଷ୍ଟା ଠାରେ କାର ସର୍ଭିସ ସେଣ୍ଟରରେ ସିକ୍ୟୁରିଟି ଭାବରେ କାର୍ଯ୍ୟ କରୁଥିଲେ । ସେ ତାଙ୍କ ପତ୍ନୀ ଜାନପ୍ରିୟା, ଛଅ ବର୍ଷର ଝିଅ ଏବଂ ପୁଅ ପ୍ରଦୀପଙ୍କ ସହ ବାଗ ଅମ୍ବରପେଟର ଏରୁକୁଲା ବସ୍ତିରେ ରହୁଥିଲେ । ରବିବାର ଛୁଟିଦିନ ଥିବାରୁ ସେ ଝିଅ ଓ ପୁଅକୁ ସାଙ୍ଗରେ ନିଜ କର୍ମସ୍ଥଳକୁ ନେଇ ଯାଇଥିଲେ । ଗଙ୍ଗାଧର ଝିଅକୁ ପାର୍କିଂ ସ୍ଥଳରେ ଥିବା କ୍ୟାବିନରେ ରହିବାକୁ କହିଥିବା ବେଳେ ପୁଅକୁ ସର୍ଭିସ ସେଣ୍ଟର ଭିତରକୁ ନେଇଥିଲେ । ସେଠାରେ ପ୍ରଦୀପ ଖେଳୁଥିବା ସମୟରେ ଗଙ୍ଗାଧର ଅନ୍ୟ ଏକ ସ୍ଥାନକୁ ଚାଲିଯାଇଥିଲେ ।

ତେବେ କିଛି ସମୟ ଖେଳିବା ପରେ ଶିଶୁଟି ଭଉଣୀକୁ ଖୋଜିବାକୁ କ୍ୟାବିନ ପଟକୁ ଯାଇଥିଲା। ଏହି ସମୟରେ କୁକୁର ମାନେ ଆକ୍ରମଣ କରିଥିଲେ । ଶିଶୁଟିକୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନେଇଥିଲେ ହେଲେ ସେଠାରେ ଶିଶୁଟିର ଜୀବନ ଚାଲିଯାଇଥଇଲା  । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି  ।

Leave A Reply

Your email address will not be published.