Latest Odisha News

BREAKING NEWS

ଫାଇନାନ୍ସ କର୍ମଚାରୀ ଅପହରଣ ମାମଲା, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି: ୪ ଯୁବକଙ୍କୁ ଅପହରଣ ମାମଲା । ୨ ଜଣଙ୍କୁ ଗିରଫ କଲା କେ.ନୂଆଗାଁ ଥାନା ପୋଲିସ । ଗତକାଲି ଅଟକ ଥିବା ଜଣେ ଯୁବକଙ୍କ ସହ ମୁଖ୍ୟ ଅଭିଯୁକ୍ତର ସ୍ତ୍ରୀ କୁ ଗିରଫ କରିଛି ପୋଲିସ । ବାଡ଼ିପଟେ ଗଞ୍ଜେଇ ଚାଷ କରିବା ଅଭିଯୋଗରେ ମହିଳାଙ୍କୁ ଗିରଫ ପୋଲିସ । ପ୍ରାୟ ୧ ଏକରରୁ ଉର୍ଦ୍ଧ୍ବ ଜମିରେ ହୋଇଥିଲା ଗଞ୍ଜେଇ ଚାଷ । ସେପଟେ ଅପହରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର୍‌ ଅଛି ।

ତେବେ ଘଟଣାରେ ୫ରୁ ଅଧିକ ଅପହରଣକାରୀ ସାମିଲ ଅଛନ୍ତି । ଭୁବନେଶ୍ବରରୁ ସମସ୍ତଙ୍କୁ ଅପହରଣ କରି ଗଞ୍ଜାମରେ ଆଣି ରଖିଥିଲେ ଅପହରଣକାରୀ। ଋଣ କାରବାରକୁ ନେଇ ଅପହରଣ କରିଥିବା ଅଭିଯୋଗ ହୋଇଥିଲା। ଘଟଣାରେ ଜଣେ ଅପହୃତା ଦିଲ୍ଲୀର ହୋଇଥିବା ବେଳେ ଅନ୍ୟ ୩ ଜଣ କଟକ ଅଞ୍ଚଳ । ଅପହୃତ ୪ ଯୁବକ ଏକ ଘରୋଇ ଫାଇନାନ୍ସ ସଂସ୍ଥାର କର୍ମଚାରୀ ଅଟନ୍ତି । ସେମାନଙ୍କୁ ଏକ ଗ୍ୟାଙ୍ଗ ଋଣ ପାଇଁ ଯୋଗାଯୋଗ କରିଥିଲେ । ଯୁବକମାନେ ଏକ କାର ଯୋଗେ ଭୁବନେଶ୍ୱରରୁ ଗଞ୍ଜାମ ଆସିଥିଲେ । କିନ୍ତୁ ଅଭିଯୁକ୍ତମାନେ ଋଣ ବିଷୟରେ ଆଲୋଚନା ନକରି ସେମାନଙ୍କୁ ଅପହରଣ କରି ନେଇଥିଲେ ।

ପ୍ରଥମେ ଗୋଳନ୍ଥରା ଥାନା ଅଞ୍ଚଳ ଏବଂ ପରେ କେ.ନୂଆଗାଁ ଥାନା ଅନ୍ତର୍ଗତ ଚିକିଟି ଆଉଟ ପୋଷ୍ଟ ଜଙ୍ଗଲ ମଧ୍ୟରେ ରହିଥିବା ଏକ ଆବଣ୍ଟନ ଘର ମଧ୍ୟରେ ଯୁବକମାନଙ୍କୁ ବନ୍ଦୀ କରି ରଖିଥିଲେ । ଅପହରଣ କରି ୨ କୋଟି ଟଙ୍କା ନଦେଲେ ଜୀବନରୁ ମାରିବାକୁ ଧମକ ଦେଉଥିଲେ ଦୁର୍ବୃତ୍ତ। ଏପରିକି ଟଙ୍କା ନଦେଲେ ନାଗ ସାପ ଚୋଟ ଦେବାର ଭୟ ମଧ୍ୟ ଦେଖାଉଥିଲେ। କିନ୍ତୁ କୌଶଳ କ୍ରମେ ଜଣେ ଯୁବକ ଅପହରଣକାରୀଙ୍କ ଠାରୁ ଖସିଆସି ଚିକିଟି ତହସିଲଦାରଙ୍କୁ ଜଣାଇଥିଲା । ଏହାପରେ ପୁରା ମାମଲାର ଖୁଲାସା ହୋଇଥିଲା । ତହସିଲଦାରଙ୍କ ସହଯୋଗରେ ପୋଲିସ ଅନ୍ୟ ୩ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲା । ସେପଟେ ଘଟଣାସ୍ଥଳରୁ ନାଗ ସାପ ମଧ୍ୟ ଉଦ୍ଧାର କରାଯାଇଥିଲା ।

Comments are closed.