Latest Odisha News

BREAKING NEWS

୪୦ ଗ୍ରାମର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଯାଜପୁର: ଥମିବାର ନାଁ ନେଉନାହିଁ ରାଜ୍ୟରେ ଧଳା ଜହର କାରବାର । ଯାଜପୁର ସହରରେ ବୃଦ୍ଧି ପାଉଥିବା ଧଳା ଜହର କାରବାର ପୋଲିସ ଓ ଅବକାରୀ ବିଭାଗର ଚିନ୍ତା ବଢାଇ ଦେଇଛି । ଏହାରି ଭିତରେ ଆଜି ପୁଣି ଯାଜପୁରରୁ ୪୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ । ଯାଜପୁର ଥାନା ପୋଲିସ ବ୍ରାଉନ ସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ, ଯାଜପୁର ଗରିଆପୁର ଅଞ୍ଚଳରେ ଚଢ଼ାଉ କରି ୪୦ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗ । ଯାହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ଗରିଆପୁରର ଦେବେନ୍ଦ୍ର କୁମାର ବେହେରାଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଆଜି ଅଭିଯୁକ୍ତକୁ ପୋଲିସ କୋର୍ଟ ଚାଲାଣ କରିବା ନେଇ ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ନିକଟରେ ଯାଜପୁର ପୋଲିସ ଏକ ବ୍ରାଉନ ସୁଗାର ରାକେଟକୁ ଠାବ କରି ଜଣେ ଡାକ୍ତର ସମେତ ୩ ଜଣଙ୍କୁ ଗିରଫ କରିଥିଲା ।

 

Leave A Reply

Your email address will not be published.