Latest Odisha News

BREAKING NEWS

ଲଟେରୀ ଟିକେଟ କିଣିବା ବେଳେ ଧକ୍କା ଯୋଗୁ ଜଣେ ମହିଳାଙ୍କ ବଦଳି ଗଲା ଭାଗ୍ୟ

ନୂଆଦିଲ୍ଲୀ: କାଲିଫର୍ଣ୍ଣିଆରେ ଜଣେ ମହିଳା ରାତାରାତି କୋଟିପତି ହୋଇ ଯାଇଛନ୍ତି । ଲାକୱାର୍ଡା ଏଡୱାଡ୍‌ର୍ସ ନାମକ ମହିଳା ଏକ ସୁପର ମାର୍କେଟରେ ଲଟେରୀ ଟିକେଟ କିଣିବାକୁ ଯାଇଥିଲେ । ସେ ତାଙ୍କ ମନପସନ୍ଦର ନମ୍ବରର ଟିକେଟ ଆଣିବାକୁ ଗଲା ବେଳେ ପଛ ପଟୁ ତାଙ୍କୁ କିଏ ଜଣେ ଧକ୍କା ଦେଇଥିଲା । ତାଙ୍କ ହାତ ୪୦ ଡଲାର ଟିକେଟ ମେସିନ ଉପରେ ବାଜିଥିଲା । ଇଚ୍ଛା ନ ଥିବା ସତ୍ୱେ ସେ ଟିକେଟ ଧରି ଘରକୁ ଆସିଥିଲେ ।

କିଛି ଦିନ ପରେ ସେ ତାଙ୍କ ଟିକେଟ ସ୍କ୍ରାଚ କରିବା ପରେ ତାଙ୍କୁ ବିଶ୍ୱାସ ହୋଇ ନ ଥିଲା । ସେ ୭୫.୯୩ କୋଟି ଟଙ୍କାର ମାଲିକାଣୀ ହୋଇ ଯାଇଥିଲେ । ଧକ୍କା ମାରିଥିବା ବ୍ୟକ୍ତିଜଣଙ୍କୁ ସେ ଖୋଜୁଛନ୍ତି । ଏବେ ମୁଁ ମୋ ଜୀବନକୁ ଭରପୂର ଉପଭୋଗ କରିବି । ଏହା ବ୍ୟତୀତ ଏକ ଏନଜିଓ କରି ଗରିବ ଲୋକଙ୍କୁ ସାହାଯ୍ୟ କରିବି ବୋଲି ସେ କହିଛନ୍ତ

Leave A Reply

Your email address will not be published.