Latest Odisha News

BREAKING NEWS

ତାଳଚେରରୁ ୪୧ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ତାଳଚେର: ପାର୍ବଣ ବେଳେ ଅବକାରୀ ବିଭାଗକୁ ଏକ ବଡ଼ ସଫଳତା ମିଳିଛି । ତାଳଚେର ସହର ଉପକଣ୍ଠ ଓରା ସାହିରୁ ୪୧ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣେ ବେପାରିକୁ ଗିରଫ କରାଯାଇଛି ଏସଟିଏଫ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ସେହି ସାହିର ସୁନୀଲ କୁମାର ଭୁତିଆ ।

ସୂଚନା ଅନୁସାରେ ଅରା ସାହିର ସୁନୀଲ ଅନେକ ଦିନ ହେଲା ବ୍ରାଉନସୁଗାର ବେପାର କରୁଥିବା ଖବର ମିଳିଥିବା ବେଳେ ଅବକାରୀ ବିଭାଗ ତା ଉପରେ ନଜର ରଖିଥିଲା । ଆଜି ସେ ଗରାଖ ଅପେକ୍ଷାରେ ଥିବା ବେଳେ ତାକୁ ଅବକାରୀ ବିଭାଗ କାବୁ କରି ନେଇଥିଲା । ଯାଞ୍ଚ ବେଳେ ତା ନିକଟରୁ ୪୧ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ୧୦ ହଜାର ହେବ ବୋଲି ଜଣା ପଡ଼ିଛି । ସେ ଏହି ବ୍ରାଉନସୁଗାର କେଉଁଠୁ ଆଣୁଥିଲା କିଭଳି ବେପାର କରୁଥିଲା ତାହା ତଦନ୍ତ କରୁଥିବା ବେଳେ ସୁନୀଲକୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଛି ।

Leave A Reply

Your email address will not be published.