Latest Odisha News

ପାରିବାରିକ କଳହରୁ ସ୍ୱାମୀର ଯୌନାଙ୍ଗ କାଟିଦେଲା ସ୍ତ୍ରୀ

ଅନୁଗୁଳ: ଝଗଡା ବେଳେ ସ୍ୱାମୀର ଯୌନାଙ୍ଗ କାଟିଦେଲା ସ୍ତ୍ରୀ । ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗାଁର ଦାଣ୍ଡିଆ ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ସ୍ଵାମୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ସ୍ତ୍ରୀ ନାଁରେ ଥାନାରେ ଏତଲା ।

ସୂଚନା ଅନୁସାରେ, ଗତକାଲି ରାତିରେ କାଣ୍ଡସର ଗ୍ରାମର ଦାଣ୍ଡିଆ ସାହିର ପରମାନନ୍ଦ ମୁଦୁଲିଙ୍କର ତାଙ୍କ ସ୍ତ୍ରୀ ସହ ଝଗଡ଼ା ହୋଇଥିଲା । କଳହ ଏତେ ବଢି ଯାଇଥିଲା ଯେ ପରମାନନ୍ଦଙ୍କ ସ୍ତ୍ରୀ ଉତକ୍ଷୀପ୍ତ ହୋଇ ଧାରୁଆ ଅସ୍ତ୍ରରେ ପରମାନନ୍ଦଙ୍କର ଯୌନାଙ୍ଗ କାଟି ଦେଇଥିଲେ । ଜୀବନ ବିକଳରେ ଘରୁ ବାହାରି ଆସି ସ୍ଥାନୀୟ ଲୋକଙ୍କ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ ପରମାନନ୍ଦ । ବର୍ତ୍ତମାନ ତାଙ୍କ ସ୍ଵାସ୍ଥ୍ୟବସ୍ଥା ଭଲ ଥିବା ବେଳେ ସ୍ତ୍ରୀ ନାଁ ରେ ନାଲକୋ ଥାନାରେ ଏତଲା ଦେଇଛନ୍ତି ସେ ।

 

Leave A Reply

Your email address will not be published.