Latest Odisha News

BREAKING NEWS

CGL ପ୍ରଶ୍ନପତ୍ର ଡିଲ ବେଳେ ପୋଲିସର ରେଡ: ୧୦ ଦଲାଲ ଗିରଫ

ଜଳେଶ୍ୱର: ଷ୍ଟାଫ ସିଲେକ୍ସନ କମିଶନ ଦ୍ୱାରା ଆୟୋଜିତ କମ୍ବାଇନ ଗ୍ରାଜୁଏଟ ଲେଭଲ ପ୍ରଶ୍ନପତ୍ର ଡିଲ ବେଳେ ଚଢ଼ାଉ । ସାଇବର ପୋଲିସ ଓ ତାଳସୀରରେ ମେରାଇନ ପୋଲିସର ୨୦ ଜଣିଆ ଟିମ ଦୀଘାର ଏକ ଘରୋଇ ହୋଟେଲରେ ଚଢାଉ କରିଥିଲା । ଚଢାଉ ବେଳେ ଜଣେ ମହିଳାଙ୍କ ସମେତ ୧୦ ଜଣ ଦଲାଲଙ୍କୁ ଅଟକ ରଖାଯାଇଛି । ମୁଖ୍ୟ ଅଭିଯୁକ୍ତ ଭୁବନେଶ୍ୱର ଅଞ୍ଚଳରେ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ଦୀଘାର ଏକ ଘରୋଇ ହୋଟେଲରେ ୧୦ଲକ୍ଷ ଟଙ୍କାରେ ପ୍ରଶ୍ନ ପତ୍ର ବିକ୍ରି ପାଇଁ ଡ଼ିଲ ହେଉଥିଲା l ବିଶେଷସୂତ୍ରରୁ ଖବରପାଇ ଚଢ଼ାଉ କରିଥିଲା ପୋଲିସ l ଘଟଣାସ୍ଥଳରୁ ୬ଟି କାର ସହ ଏକ ଘରୋଇ ବସ ଜବତ କରାଯାଇଛି l ଜବତ ହୋଇଥିବା ବସରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୪୦ରୁ ଅଧିକ ପରୀକ୍ଷାର୍ଥୀ ଥିବା ସୂଚନା ମିଳିଛି l ତେବେ ସମସ୍ତ ପରୀକ୍ଷାର୍ଥୀଙ୍କୁ ଅଟକ ରଖିଛି ପୋଲିସ l ତା ସହ ଜଣେ ମହିଳାଙ୍କ ସମେତ ୧୦ ଜଣ ଦଲାଲଙ୍କୁ ଗିରଫ କରିଛି ପୋଲିସ l ପରୀକ୍ଷାର୍ଥୀ ରହିଥିବା ସୂଚନା ମିଳିଛି l ଘଟଣାର ଅଧିକ ତଦନ୍ତ କରୁଛି ବାଲେଶ୍ୱର ପୋଲିସ l

Leave A Reply

Your email address will not be published.