Latest Odisha News

BREAKING NEWS

ସିନିୟର ମହିଳା ଦିନିକିଆ କ୍ରିକେଟ: ଓଡିଶାର କ୍ରମାଗତ ୪ର୍ଥ ବିଜୟ

ଭୁବନେଶ୍ୱର: ସୁରଟରେ ଚାଲିଥିବା ଜାତୀୟ ସିନିୟର ମହିଳା ଦିନିକିଆ କ୍ରିକେଟରେ ଓଡିଶା ୬ ଉଇକେଟରେ ଗୁଜରାଟକୁ ହରାଇ କ୍ରମାଗତ ୪ର୍ଥ ବିଜୟ ହାସଲ କରିଛି । ଟସ୍ ଜିତି ଓଡିଶା ପ୍ରଥମେ ଫିଲ୍ଡିଂ କରିଥିଲା । ଗୁଜରାଟ ୨୯.୨ ଓଭରରେ ୭୦ ରନ କରି ଅଲଆଉଟ ହୋଇ ଯାଇଥିଲା । ରାମେଶ୍ୱରୀ ନାୟକ ଓଡିଶା ପକ୍ଷରୁ ୬ ଉଇକେଟ ଅକ୍ତିଆର କରି ଗୁଜରାଟର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ।

୭୧ ରନର ବିଜୟ ଲକ୍ଷ୍ୟକୁ ଓଡିଶା ୨୩ ଓଭରରେ ୪ ଉଇକେଟ ହରାଇ ହାସଲ କରି ନେଇଥିଲା । ସୁଶ୍ରୀ ଦିବ୍ୟଦର୍ଶନୀ ୩୪ ରନ କରି ନଟଆଉଟ ରହିଥିଲେ । ଓଡିଶା ୫ ମ୍ୟାଚରୁ ୪ବିଜୟ ହାସଲ କରି ୧୬ ପଂଏଟ ସହ ଏଲିଟ ଗ୍ରୁପ ଏ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି ।

Leave A Reply

Your email address will not be published.