Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ସ୍ମାର୍ଟସିଟି ‘ସ୍ମାର୍ଟ ଜନପଥ ଯୋଜନା’ କାର୍ଯ୍ୟସ୍ଥଳୀ ପରିଦର୍ଶନ

ଭୁବନେଶ୍ୱର : ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ଼ ତତ୍ତ୍ୱାବଧାନରେ ନିର୍ମିିତ ହେଉଥିବା ‘ସ୍ମାର୍ଟ ଜନପଥ ଯୋଜନା’ରେ ଅନ୍ତଭୃକ୍ତ କାର୍ଯ୍ୟସ୍ଥଳୀକୁ ଶନିବାର ସନ୍ଧ୍ୟାରେ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ମାର୍ଟସିଟି ବ୍ୟାନରରେ ନିର୍ମାାଣାଧିକ କାର୍ଯ୍ୟକୁ ପରିଦର୍ଶନ କରିବା ସହିତ ବିଭିନ୍ନ କାର୍ଯ୍ୟ ପଦ୍ଧତିକୁ ତଦାରଖ କରିଥିଲେ ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏହି ‘ସ୍ମାର୍ଟସିଟି’ର ‘ସ୍ମାର୍ଟ ଜନପଥ ଯୋଜନା’ ସମ୍ପର୍କୀତ କେତେକ ଗୁରୁତ୍ୱପୂର୍ଣ୍ଣ ଡ୍ରଇଂ ଦେଖିବା ସହିତ ଅଗ୍ରସର ହେଉଥିବା କାର୍ଯ୍ୟ ପଦ୍ଧତିକୁ ଏଥିରେ ସଂଶ୍ଳିଷ୍ଟ ଅଧିକାରୀମାନଙ୍କୁ ପୁଙ୍ଖାନୁପୁଙ୍ଖ ପଚାରିବୁଝିଥଲେ । ତେବେ କାମ ଠିକ୍ ସମୟରେ ଶେଷ କରିବାକୁ ଭାରପ୍ରାପ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ଶିଶୁଭବନ ପଛପାଖରୁ ଏହି କାର୍ଯ୍ୟ ଆରମ୍ଭ ହୋଇ ଜନପଥ ଦେଇ ବାପୁଜୀ ନଗରରେ କାର୍ଯ୍ୟ ଚାଲିଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟସ୍ଥଳୀ ବୁଲି ଦେଖିବା ସମୟରେ ତାଙ୍କ ସହିତ ଭୁବନେଶ୍ୱର ସ୍ମାର୍ଟସିଟି ଯୋଜନା, ବିଡ଼ିଏ, ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ତଥା ରାଜ୍ୟ ପ୍ରଶାସନର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହିଥିଲେ ।

ଗହଳିପୂର୍ଣ୍ଣ ଜନପଥର ପୁନର୍ବିନ୍ୟାସ ଲାଗି ଏହି ଯୋଜନାରେ କେତେକ କାର୍ଯ୍ୟ ହାତକୁ ନିଆଯାଇଛି । ଜନପଥ ରାସ୍ତାର ଉନ୍ନତି ନିମନ୍ତେ ଷ୍ଟିଟସ୍କେପ୍ ଡ଼ିଜାଇନ, ସୁନ୍ଦରୀକରଣ, ଲ୍ୟାଣ୍ଡସ୍କେପିଂ, ଇଣ୍ଟରସେକ୍ସନ ଡ଼ିଜାଇନିଂ, ଇନଫ୍ରାଷ୍ଟ୍ରକଚର ଅପଗ୍ରେଡ଼େସନ ସମ୍ବନ୍ଧୀୟ କେତେକ କାର୍ଯ୍ୟକୁ ତଦାରଖ କରିଥିଲେ ମୁଖ୍ୟମନ୍ତ୍ରୀ ।

ଏହି ଯୋଜନାନୁସାରେ ଜନପଥରେ ପାଦଚଲା ରାସ୍ତାକୁ ପ୍ରଶସ୍ତିକରଣ କରିବା ସହିତ ସାଇକେଲ ଆରୋହୀଙ୍କ ଲାଗି ସ୍ୱତନ୍ତ୍ର ରାସ୍ତା ନିର୍ମାଣ କରିବାକୁ ଯୋଜନା ରଖାଯାଇଛି । ରାସ୍ତା ପାଖକୁ ଲାଗି ଦୋକାନ ନିର୍ମାଣ ତଥା ରାସ୍ତା କଡ଼ରେ ବସିବା ଲାଗି ପର୍ଯ୍ୟାପ୍ତ ପରିମାଣର ଚେୟାର ଓ ବେଞ୍ଚ୍ ର ସୁବିଧା ଉପଲବ୍ଧ ହେଉଛି । ଏହି ରାସ୍ତାକୁ ଲାଗି ନୂତନ ପ୍ରକାରର ଭେଣ୍ଡିଂ ଯୋନ ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତି କରାଯାଇଛି ।

ଏହି ସ୍ମାର୍ଟ ଜନପଥ ଯୋଜନାରେ ଦୀର୍ଘ ୫.୮ କିମି ରାସ୍ତତା ନିର୍ମାଣ ହେବାକୁ ଥିଲା ବେଳେ ଏଥିରେ ୭୯.୫୬ କୋଟି ଟଙ୍କା ବ୍ୟୟ ଅଟକଳ ସ୍ଥିର ହୋଇଛି ଏବଂ କାର୍ଯ୍ୟ ସମାପ୍ତ ହେବାକୁ ୨ ବର୍ଷ ଅବଧି ଧାର୍ଯ୍ୟ ହୋଇଛି ।

ତେବେ ଏହି ଯୋଜନା ଅନ୍ତର୍ଗତ ଷ୍ଟର୍ମ ୱାଟର ଡ୍ରେନ ସାଙ୍ଗକୁ କେବୁଲ ବିଛା କାର୍ଯ୍ୟ ନିର୍ମାଣାଧିନ ରହିଛି । ଭୁବନେଶ୍ୱରର ଆରକେଡ଼ି କନଷ୍ଟ୍ରକସନ ପ୍ରାଇଭେଟ ଲିଃ ସଂସ୍ଥାର ତତ୍ତ୍ୱାବଧାନରେ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି ।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ମେ ୩୧ ତାରିଖରେ ଅଚାନକ ଭାବେ ସହିଦନଗର ଭବାନୀ ମଲରେ ଭୁବନେଶ୍ୱର ଅପରେସନ ସେଣ୍ଟର ପରିଦର୍ଶନ କରିଥିଲେ ।

Leave A Reply

Your email address will not be published.