Latest Odisha News

BREAKING NEWS

ବିଷାକ୍ତ ଛତୁ ଖାଇ ପରିବାରର ୫ ଗୁରୁତର

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ବ୍ଲକ୍ ଅନ୍ତର୍ଗତ ଗଭେଇ ଗ୍ରାମରେ ବିଷାକ୍ତ ଛତୁ ଖାଇ ପ୍ରାୟ ୫ ଜଣ ବ୍ୟକ୍ତି ଗୁରୁତର ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି ।

ସମସ୍ତ ୫ ଜଣ ଅସୁସ୍ଥ ଗୋଟିଏ ପରିବାରର ସଦସ୍ୟ ବୋଲି ସୁତ୍ରରୁ ପ୍ରକାଶ ।

ମିଳିଥିବା ସୂଚନାନୁଯାୟୀ, ଗତକାଲି ରାତିରେ ସମ୍ପୃକ୍ତ ବ୍ୟକ୍ତିମାନେ ଘର ବାଡିରେ ଫୁଟିଥିବା ଛତୁକୁ ଆଣି ରୋଷେଇ କରି ଖାଇଥିଲେ । ତରକାରୀ ଖାଇ ସାରିବା ପରେ ସେମାନଙ୍କର ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା ।

ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଅସୁସ୍ଥଙ୍କ ମଧ୍ୟରେ ଦୁଇ ଜଣ ଗର୍ଭବତୀ ମହିଳା ରହିଥିବାବେଳେ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ନିମନ୍ତେ ବାରିପଦା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.