Latest Odisha News

BREAKING NEWS

ଇଂଲଣ୍ଡ ବିପକ୍ଷ ସିରିଜରେ ରାହୁଲ କରିବେନି ୱିକେଟ କିପିଂ

ନୂଆଦିଲ୍ଲୀ: ଆଘାତ ସମସ୍ୟାରୁ ମୁକୁଳିବା ପରେ କେଏଲ ରାହୁଲଙ୍କ ୱିକେଟ କିପିଂ ଦକ୍ଷତା ସମସ୍ତଙ୍କୁ ପ୍ରଭାବିତ କରିଥିଲା । ଏହା ବ୍ୟତୀତ ତାଙ୍କ ବ୍ୟାଟିଂ ପ୍ରଦର୍ଶନରେ ସୁଧାର ହେବାରେ ଲାଗିଛି । ୱିକେଟକିପର ଓ ବ୍ୟାଟ୍ସମ୍ୟାନ ଦାୟିତ୍ୱ ସେ ସୁଚାରୁରୂପେ ତୁଲାଇ ଆସିଛନ୍ତି । ରିପୋର୍ଟ ମୁତାବକ ବିସିସିଆଇ ଓ ଟିମ ମ୍ୟାନେଜମେଂଟ ତାଙ୍କ ଉପରକୁ ଅତିରିକ୍ତ ଦାୟିତ୍ୱ ହଟେଇବା ପାଇଁ ଚିନ୍ତା କରୁଛନ୍ତି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ରାହୁଲଙ୍କୁ କେବଳ ବ୍ୟାଟ୍ସମ୍ୟାନଭାବେ ଦଳରେ ସାମିଲ କରାଯିବ । ତାଙ୍କ ବଦଳରେ ଈଶାନ କିଶାନଙ୍କୁ ୱିକେଟ କିପିଂ ଦାୟିତ୍ୱ ପ୍ରଦାନ କରାଯାଇପାରେ ।

ଭାରତର ଟର୍ଣ୍ଣ କରୁଥିବା ପିଚରେ ରାହୁଲଙ୍କୁ ନେଇ କୌଣସି ପ୍ରକାରର ରିସ୍କ ନେବାକୁ ଟିମ ମ୍ୟାନେଜମେଂଟ ଚାହୁଁନି । ଏବେ ଈଶାନ ଓ କେଏସ ଭରତଙ୍କ ପ୍ରଦର୍ଶନ ଉପରେ ଚୟନ କମିଟି ତୀକ୍ଷଣ ନଜର ରଖିଛି । ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଟିମ ଇଣ୍ଡିଆରେ ୱିକେଟ କିପର ଦାୟିତ୍ୱ ମିଳିପାରେ ।

Leave A Reply

Your email address will not be published.