Latest Odisha News

BREAKING NEWS

ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଇଣ୍ଡୋନେସିଆର ଚାର୍ଜ ଡି ଆଫେୟାର୍ସ: ଆଗକୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ହେବ ନିବିଡ

ଭୁବନେଶ୍ୱର: ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା । ବୋଇତ ବନ୍ଦାଣ ପାଇଁ ସାରା ଓଡିଶା ମୁଖରିତ। ଅତୀତରେ ଓଡିଆ ସାଧବ ପୁଅ କାର୍ତ୍ତିକ ପୂର୍ଣ୍ଣିମା ଦିନ ବୋଇତ ଯାତ୍ରାରେ ବିଦେଶ ଯାଇ ବଣିଜ୍ୟ କରି ରାଜ୍ୟ ପାଇଁ ସମୃଦ୍ଧି ଆଣୁଥିଲେ। ଇଣ୍ଡୋନେସିଆର ବାଲି ସୁମାତ୍ରା ଥିଲା ଆମର ବାଣିଜ୍ୟିକ ସମ୍ପର୍କର ପ୍ରମୁଖ କେନ୍ଦ୍ର। ଇଣ୍ଡୋନେସିଆ ସହ ଓଡିଶାର ସାଂସ୍କୃତିକ ଓ ଐତିହାସିକ ସମ୍ପର୍କକୁ ଆହୁରି ତାଙ୍କର ସାହସିକ କାର୍ଯ୍ୟ ଦ୍ୱାରା ଆହୁରି ସୁଦୃଢ କରିଥିଲେ ମହାନ ଜନନାୟକ ବିଜୁ ପଟ୍ଟନାୟକ। ଇଣ୍ଡୋନେସିଆର ମୁକ୍ତି ସଂଗ୍ରାମରେ ତାଙ୍କର ଅବଦାନକୁ ଇଣ୍ଡୋନେସିଆ ଶ୍ରଦ୍ଧା ଓ ସମ୍ମାନର ସହ ସ୍ମରଣ କରି ଆସିଛି ।

ବୋଇତ ବନ୍ଦାଣର ପୂର୍ବ ସନ୍ଧ୍ୟାରେ ଆଜି ନବୀନ ନିବାସରେ ଇଣ୍ଡୋନେସିଆର ଚାର୍ଜ ଡି ଆଫେୟାର୍ସ Mr. Yudho Sasongko ଙ୍କ ନେତୃତ୍ୱରେ ଇଣ୍ଡୋନେସିଆର ଏକ କୂଟନୈତିକ ପ୍ରତିନିଧି ଦଳ ନବୀନ ନିବାସରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ। ଏହି ଅବସରରେ ଓଡିଶା ଓ ଇଣ୍ଡୋନେସିଆ ମଧ୍ୟରେ ରହି ଆସିଥିବା ଐତିହାସିକ ଓ ସାଂସ୍କୃତିକ ସମ୍ପର୍କ ବିଷୟରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।

ଆଲୋଚନା ସମୟରେ ନବୀନ ପଟ୍ଟନାୟକ ଆସନ୍ତାକାଲି ହେଉଥିବା ବୋଇତ ବନ୍ଦାଣ ଉତ୍ସବ ଓ ତାର ଐତିହାସିକ, ସାଂସ୍କୃତିକ ମହତ୍ୱ ସମ୍ପର୍କରେ ପ୍ରତିନିଧି ଦଳକୁ ଅବଗତ କରିଥିଲେ। Mr. Yudho ଶାସଙ୍ଗେକୋ କହିଥିଲେ ଯେ ଇଣ୍ଡୋନେସିଆର ମୁକ୍ତି ସଂଗ୍ରାମରେ ମହାନ ଜନନାୟକ ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ଅବଦାନକୁ ଇଣ୍ଡୋନେସିଆବାସୀ ଶ୍ରଦ୍ଧା ଓ ସମ୍ମାନର ସହ ମନେ ରଖିଛନ୍ତି। ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆଗକୁ ଆହୁରି ନିବିଡ ହେବ ବୋଲି ସେ ଆଶାବାଦୀ ବୋଲି ମତ ପ୍ରକାଶ କରିଥିଲେ ।

Leave A Reply

Your email address will not be published.