Latest Odisha News

BREAKING NEWS

ସୁନ୍ଦରଗଡ଼ ଜିଲ୍ଲାର ନୂଆ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ଜାଣନ୍ତୁ

ସୁନ୍ଦରଗଡ଼: ଗତ ୨୪ ଘଣ୍ଟାରେ ଜିଲ୍ଲାରୁ ବାହାରିଛି ୫୨ ପଜିଟିଭ୍ କେସ । ନୂଆ ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ଦେଇଛି ଜିଲ୍ଲା ପ୍ରଶାସନ । ଏମାନଙ୍କ ଭିତରେ ଅଛନ୍ତି ୬ ଜଣ ଅନ୍ୟ ରାଜ୍ୟ ଓ ଜିଲ୍ଲାରୁ ଫେରିଥିଲେ । ୭ ଜଣ ପୂର୍ବରୁ ଭୂତାଣୁ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ ଜିଲ୍ଲାର ୩୪ ଜଣ କରୋନା ଯୋଦ୍ଧା ଭୂତାଣୁ ସଂକ୍ରମିତ ହୋଇଛନ୍ତି । ଏହା ବ୍ୟତୀତ ଦୁଇଟି ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି । ସେମାନଙ୍କ ପାଖରେ କରୋନା ଲକ୍ଷଣ ଥିଲା ।

୫୨ ଜଣ ନୂଆ ଆକ୍ରାନ୍ତଙ୍କ ମିଶାଇ ସୁନ୍ଦରଗଡ଼ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୨୫କୁ ବୃଦ୍ଧି ପାଇଛି । ଆକ୍ଟିଭ୍ କେସ୍ ୪୦୪ ଥିବା ବେଳେ ସୁସ୍ଥ ହୋଇଛନ୍ତି ୩୧୮ ଜଣ । ଜଣଙ୍କର ଜୀବନ ନେଇଛି କରୋନା ।

Leave A Reply

Your email address will not be published.