Latest Odisha News

BREAKING NEWS

ଚିନ୍ତା ବଢ଼ାଉଛି କରୋନା: ରାଜ୍ୟରେ ଗଡ଼ିଲା ଆଉ ୪ ମୁଣ୍ଡ

ଭୁବନେଶ୍ୱର: ଚିନ୍ତା ବଢ଼ାଉଛି କରୋନା ।ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବଢି ଚାଲିଛି ମୃତକଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ୭୪କୁ ବୃଦ୍ଧି ପାଇଛି କରୋନା ମୃତ୍ୟୁ ସଂଖ୍ୟା ।

ମୃତକଙ୍କ ମଧ୍ୟରେ ଜଣେ କଟକ ଜିଲ୍ଲାରୁ ୨ ଜଣ ଖୋର୍ଦ୍ଧା ଜିଲ୍ଲାରୁ ଥିବା ବେଳେ ଜଣେ ଗଞ୍ଜାମ ଜିଲ୍ଲାର ଅଛନ୍ତି ।

ଗଞ୍ଜାମ ଜିଲ୍ଲାରେ ମୃତ୍ୟୁବରଣ କରିଥିବା ୮୦ ବର୍ଷୀୟ ଆକ୍ରାନ୍ତଙ୍କର ଥିଲା ଡାଏବେଟିସ୍ ଓ ହୃଦରୋଗ । ସେହିପରି କଟକର କ୍ୟାନସର ରୋଗରେ ପୀଡିତ ଥିବା ଜଣେ ୭୧ ବର୍ଷୀୟ ବୃଦ୍ଧଙ୍କର କରୋନାରେ ମୃତ୍ୟୁ ହୋଇଛି ।

ଏହାବ୍ୟତୀତ ଖୋର୍ଦ୍ଧାର ୪୦ ବର୍ଷୀୟ ମହିଳା ଓ ଭୁବନେଶ୍ୱରର ଜଣେ ୭୦ ବର୍ଷୀୟ ବ୍ଲଡ଼ କ୍ୟାନ୍ସର ରୋଗୀଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.