Latest Odisha News

BREAKING NEWS

‘ମାଟିର ମଣିଷ’ ମିହିର ଦାସ: ଜନ୍ମ ଦିବସରେ ଉନ୍ମୋଚିତ ହେଲା ମିହିରଙ୍କ ମାଟି ମୂର୍ତ୍ତି

କଟକ: ମାଟିରେ ମିହିର ଦାସ । ଆଜି କଟକ କୁମ୍ଭାର ସାହିରେ ଉନ୍ମୋଚିତ ହୋଇଛି ‘ମାଟିର ମଣିଷ’ ମିହିର ଦାସଙ୍କ ପ୍ରତିମୂର୍ତ୍ତି । କୁମ୍ଭାକାରମାନେ ଅଭିନେତା ମିହିର ଦାସଙ୍କ ୭ଫୁଟ୍ର ଏହି ପ୍ରତିମୂର୍ତ୍ତି ତିଆରି କରିଥିଲେ । ଏହି ମୂର୍ତ୍ତିକୁ ଚଳଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ ‘ମାଟିର ମଣିଷ’କୁ ଉନ୍ମୋଚନ କରିଛନ୍ତି । ମୂର୍ତ୍ତି କାରିଗରମାନଙ୍କ ମିହିରଙ୍କୁ ଏଭଳି ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଦେବାକୁ ଫିଲ୍ମ ଜଗତରେ ବେଶ ପ୍ରଶଂସା କରାଯାଇଛି ।

କଟକର ମୂର୍ତ୍ତି କାରିଗରଙ୍କ ସହ ମିହିରଙ୍କ ବହୁ ପୁରୁଣା ସମ୍ପର୍କ ଥିଲା । ମିହିର କୁମ୍ଭାକାର ମାନଙ୍କ ଉପରେ ‘ମାଟିର ବନ୍ଧନ’ ନାଁରେ ଏକ ଚଳଚିତ୍ରରେ ଅଭିନୟ କରିଥିଲେ । ଆଜି ମିହିର ଦାସଙ୍କ ୬୩ ତମ ଜନ୍ମଦିନରେ ଏହି ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । ମିହିରଙ୍କ ଏହି ମାଟିର ମୂର୍ତ୍ତ ତିଆରି କରିବା ପାଇଁ ୧୫ ଜଣ କାରିଗରଙ୍କୁ ୧୦ ଦିନ ସମୟ ଲାଗିଥିଲା ।

Comments are closed, but trackbacks and pingbacks are open.