ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ସାଙ୍ଗକୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧିର ପ୍ରତିବାଦ । ଆଜି ବାମ ଦଳ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରୁଛି । ସିପିଆଇ, ସିପିଆଇ(ଏମ୍), ସିପିଆଇ(ଏମଏଲ୍) ଓ ଫରଓ୍ୱାର୍ଡ ବ୍କଲ ଆଦି ୪ଟି ବାମ ଦଳ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ଦିନ ୧୨ଟା ଯାଏ ବନ୍ଦ ପାଳନ ହେଉଛି । ଦରବୃଦ୍ଧିକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ୍ ଦେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଆନ୍ଦୋଳନକାରୀ ।

ସକାଳୁ ସକାଳୁ ବିଭିନ୍ନ ପେଟ୍ରୋଲ ପମ୍ପ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ବାମ ଦଳର କର୍ମକର୍ତ୍ତା । ବିଭିନ୍ନ ସ୍ଥାନରେ ପିକେଟିଂ କରି ରାସ୍ତାରୋକ କରିଛନ୍ତି । ରେଳରୋକ ବି କରିଛନ୍ତି ଆନ୍ଦୋଳନକାରୀ । ଗାଡ଼ିମୋଟର ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି । ଏହି ୬ ଘଣ୍ଟିଆ ବନ୍ଦକୁ ସମର୍ଥନ କରିଛି ରାଜ୍ୟ କଂଗ୍ରେସ ଓ କିଛି ଟ୍ରେଡ୍ ୟୁନିଅନ୍ । ଲୋକଙ୍କୁ ଆଜି ଦିନେ ପେଟ୍ରୋଲ ଓ ଡିଜେଲ ନକିଣିବାକୁ ଅପିଲ କରିଛି ଦଳ ।

ଦିନକୁ ଦିନ ଦରବୃଦ୍ଧିର ଅସନ୍ତୋଷ ତେଜିବାରେ ଲାଗିଛି । ପେଟ୍ରୋଲ ଦାମ୍ ରାଜ୍ୟରେ ଶହେ ଟଙ୍କା ପାର କରିଥିବା ବେଳେ ଡିଜେଲ ଦାମ୍ ୯୭ ଟଙ୍କା ଉପରେ । ତାସାଙ୍ଗକୁ ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ଅହେତୁକ ବୃଦ୍ଧି ହୋଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଦର କମାଇବା ସହ କଳାବଜାରି ବନ୍ଦ ଆଦି ଦାବି କରାଯାଇଛି ।
BREAKING NEWS
- କୋଟିଆରେ ଆନ୍ଧ୍ରର ନିର୍ବାଚନ ଉଦ୍ୟମ ହେବ ପଣ୍ଡ, ମୁତୟନ ହେଲା ଆଉ ୮ ପ୍ଲାଟୁନ ପୋଲିସ ଫୋର୍ସ
- ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର
- ବେସରକାରୀ ଅନୁଦାନପ୍ରାପ୍ତ ଅଧ୍ୟକ୍ଷଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ମିଳିବ ପ୍ରୋତ୍ସାହନ ରାଶି
- ବିରାଟ କୋହଲିଙ୍କ ନାମରେ ଯୋଡ଼ିହେଲା ଏକାଧିକ ଐତିହାସିକ ରେକର୍ଡ
- ଅନିୟନ୍ତ୍ରିତ ଭାବେ ଫେରିଆସୁଛି ନାସା ଟେଲିସ୍କୋପ: ଭାରତରେ ହେବ ମାଡ଼, କଟକ ଯାଏଁ ସମ୍ଭାବ୍ୟ ଜୋନ
- ବିଶ୍ୱ ପରିବେଶ ଦିବସ; ବେଦାନ୍ତ ଆଲୁମିନିୟମ ମେଟାଲ ଲି. ପକ୍ଷରୁ ଝାରସୁଗୁଡ଼ାରେ ୨୦୦୦ ଚାରା ରୋପଣ
- ବନ୍ୟାରେ ଭାସିଲା ଚାଷୀଙ୍କ ସ୍ୱପ୍ନ, କୋଟିଆରେ ବିପନ୍ନ ଓଡ଼ିଶାର ସ୍ୱାଭିମାନ: ଓଜେସି
- ଏବେ ପିଟିସନ୍ ଦାଖଲ କରିବା ବନ୍ଦ କରନ୍ତୁ… ସିଇସିଙ୍କୁ ଦିଆଯାଇଥିବା କ୍ଷମତା ଉପରେ କେନ୍ଦ୍ରକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ
- Relocation Plan for Vulnerable Hilltop Habitats: ଭୂସ୍ଖଳନ ମୃତାହତ ରୋକିବାକୁ ସରକାରଙ୍କ ବଡ ଆକ୍ସନ;ପାହାଡ଼ରୁ ଲୋକ ହେବେ ସ୍ଥାନାନ୍ତର
- ସ୍କୁଲରେ ଖୁସି ରହିବାରେ ପୁଅଙ୍କ ତୁଳନାରେ ଆଗରେ ଝିଅ, ହେଲେ କମ୍ ରହୁଛି କନଫିଡେନ୍ସ: ସର୍ଭେ
Comments are closed.