Latest Odisha News

BREAKING NEWS

ରାଜ୍ୟରେ ଆଉ ୬ କରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତ ସଂଖ୍ୟା ୭୪କୁ ବୃଦ୍ଧି

ଭୁବନେଶ୍ୱରେ: ରାଜ୍ୟରେ ଆଉ ୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ତେବେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ କୌଣସି ତଥ୍ୟ ଦିଆଯାଇ ନାହିଁ ।
ଆଜି ଗୋଟିଏ ଦିନରେ ଓଡ଼ିଶାରେ ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସାକଳୁ ୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ୫ ଜଣ ଭଦ୍ରକ ଓ ୨ ବାଲେଶ୍ୱରର ଥିଲେ । ଓଡ଼ିଶାରେ ଏଯାଏଁ ମୋଟ ୭୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୪ ଜଣ ସୁସ୍ଥ ହୋଇଛନ୍ତି ଓ ଜଣଙ୍କ ମୃତ୍ୟୁ ହୋଇଛନ୍ତି । ଅନ୍ୟ ୪୯ ଜଣଙ୍କ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ଚାଲିଛି ।

Leave A Reply

Your email address will not be published.