Latest Odisha News

BREAKING NEWS

ନିର୍ବାଚନ ପୂର୍ବରୁ ପୋଲିସ ବାହିନୀକୁ ସଫଳତା, ସ୍ୱାଭିମାନ ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି : ନିର୍ବାଚନ ପୂର୍ବରୁ ପୋଲିସ ବାହିନୀକୁ ସଫଳତା । ମାଲକାନଗିରି ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ସ୍ୱଭାମାନ ଅଞ୍ଚଳର ରବିବାର ଦିନ ଯବାନମାନଙ୍କ ପକ୍ଷରୁ ଯୋଡାମ୍ବ ଥାନା ଅନ୍ତର୍ଗତ ଯନ୍ତ୍ରୀ ପଞ୍ଚାୟତରେ ନଦମେଞ୍ଜେରୀ ଗାଁ ନକଟ ଜଙ୍ଗଲରେ କୁମ୍ବିଂ ଅପରେସନ ଚାଲିଥିଲା ।ଏହି ସମୟରେ ମାଓବାଦୀଙ୍କ ଦ୍ୱାରା ପୋତାଯାଇଥିବା ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି ।

ଟିଫିନ୍ ବୋମା, ପ୍ରସର ବୋମା କୋଡେକ୍ସ ତାର, ଡିଟେନେଟର, ବ୍ୟାନର ,ବ୍ୟାଟେରୀ ଜବତ ହୋଇଛି ବୋଲି ଏସିପି ସୂଚନା ଦେଇଛନ୍ତି । ଆସନ୍ତା ୨୪ ତାରିଖରେ ମାଲକାନଗିରିରେ ନିର୍ବାଚନ ହେବାକୁ ଥିବାବେଳେ ନିର୍ବାଚନ ପୂର୍ବରୁ ମାଓବାଦୀ ମାନେ ଏପରି କରିଛନ୍ତି ।ଅନ୍ୟପଟେ ଦୀର୍ଘ ୧୦ ବର୍ଷ ପରେ ଏହି ଅଞ୍ଚଳରେ ନିର୍ବାଚନ ହେଉଛି ।ହିଂସାକାଣ୍ଡକୁ ଏଡାଇବା ସହ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ କରିବାକୁ ସ୍ଥାନୀୟ ଅଞ୍ଚଳରେ କୁମ୍ବିଂ ଅପରେସନ ଜୋରଦାର କରାଯାଇଛି ।

Comments are closed, but trackbacks and pingbacks are open.