Latest Odisha News

BREAKING NEWS

୬୭ତମ ଜାତୀୟ ଫିଲ୍ମ ପୁରସ୍କାର ଘୋଷିତ, ଛିଛୋରେ ସର୍ବଶ୍ରେଷ୍ଠ ହିନ୍ଦି ଚଳଚ୍ଚିତ୍ର, ମନୋଜ ବାଜପେୟୀ ଓ କଙ୍ଗନା ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ

ମୁମ୍ବାଇ: ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର-୨୦୧୯ ଘୋଷିତ । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଆଜି ସାମ୍ବାଦିକ ସମ୍ମିଳନୀରେ ଫିଲ୍ମ ପୁରସ୍କାର ଘୋଷଣା କରିଛନ୍ତି । ନ୍ୟାସନାଲ ମିଡ଼ିଆ ସେଣ୍ଟରରେ ଏହି ପୁରସ୍କାର ଘୋଷଣା ହୋଇଛି ।

ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଫିଲ୍ମ ‘ଛିଛୋରେ’କୁ ଶ୍ରେଷ୍ଠ ଫିଲ୍ମ ପୁରସ୍କାର ମିଳିଛି । ଫିଲ୍ମ ମାଣିକର୍ଣ୍ଣିକା ଓ ପଙ୍ଗା ପାଇଁ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି । ଫିଲ୍ମ ଭୋଁସଲେ ପାଇଁ ଅଭିନେତା ମନୋଜ ବାଜପେୟୀଙ୍କୁ ବେଷ୍ଟ ଆକ୍ଟର ଆୱାର୍ଡ ମିଳିଛି ।`ଅସୁରନ୍‌’ ପାଇଁ ଧନୁଷଙ୍କୁ ଯୁଗ୍ମ ଭାବେ ଶ୍ରେଷ୍ଠ ଅଭିନେତା ଭାବେ ମନୋନୀତ ହୋଇଛନ୍ତି ।

ଜାତୀୟ ସ୍ତରରେ ଓଡିଆ ଫିଲ୍ମ ପଛରେ ରହିନାହିଁ । ଶ୍ରେଷ୍ଠ ବିବେଚିତ ହୋଇଛି । ଶଲାବୁଢାର ବଦ୍‌ଲା ଓ କାଲିର ଅତୀତକୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର, ନନ୍ ଫିଚର ବର୍ଗରେ ଓଡ଼ିଆ ଫିଲ୍ମ ‘ଶ୍ରୀକ୍ଷେତ୍ରରୁ ସାହିଯାତ’ ପୁରସ୍କୃତ ହୋଇଛି ।

ଫିଲ୍ମ ସୁଟିଂ ପାଇଁ ସିକ୍କିମଙ୍କୁ ପ୍ରିୟ ରାଜ୍ୟ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ସୋହିନୀ ଚଟ୍ଟୋପାଧ୍ୟାୟଙ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ସମାଲୋଚକ ପୁରସ୍କାର ମିଳିଛି ।

Leave A Reply

Your email address will not be published.