Latest Odisha News

BREAKING NEWS

କରୋନା ଟିକାର ଦ୍ୱିତୀୟ ଡୋଜ ଅବଧି ପରିବର୍ତ୍ତନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କୋଭିଶିଲ୍ଡ ଟିକା ର ଦୁଇ ଡୋଜ ମଧ୍ୟରେ ବ୍ୟବଧାନ ବୃଦ୍ଧି କରିବାକୁ ଏବଂ ଦୁଇଟି ବିଶେଷଜ୍ଞ ପ୍ୟାନେଲର ସୁପାରିଶ ଆଧାରରେ ଏହାକୁ ୬ରୁ ୮ ସପ୍ତାହ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟ ସରକାରଙ୍କୁ ଏ ନେଇ ଚିଠି ଲେଖି ଜଣାଇଛନ୍ତି।

ନୂତନ ସୁପାରିଶରେ କୁହାଯାଇଛି ଯେ ଯଦି ବର୍ତ୍ତମାନର ୨୮ ଦିନର ବ୍ୟବଧାନ ପରିବର୍ତ୍ତେ ୬ରୁ୮ ସପ୍ତାହ ପରେ କୋଭିଶିଲ୍ଡର ଦ୍ୱିତୀୟ ଡୋଜ୍ ଦିଆଯାଏ ତେବେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।

ସମ୍ପ୍ରତି, କୋଭିଶିଲ୍ଡ ଟିକା ର ଦୁଇଟି ଡୋଜ ୨୮ ଦିନ ବ୍ୟବଧାନରେ ସମଗ୍ର ଭାରତରେ ଦିଆଯାଉଛି।

ବର୍ତ୍ତମାନ, ୪ରୁ୬ ସପ୍ତାହ ବ୍ୟବଧାନ ପରିବର୍ତ୍ତେ ପ୍ରଥମ ଡୋଜ ପରେ ୬ରୁ ୮ ସପ୍ତାହ ବ୍ୟବଧାନରେ କୋଭିଶିଲ୍ଡ ଟିକା ଦ୍ବିତୀୟ ଡୋଜ୍ ଦେବା ପାଇଁ ବିଶେଷଜ୍ଞ ପ୍ୟାନେଲଗୁଡିକ ପରାମର୍ଶ ଦେଇଛନ୍ତି।

ଦୁଇଟି ଡୋଜ୍ ମଧ୍ୟରେ ସଂଶୋଧିତ ବ୍ୟବଧାନର ଏହି ନିଷ୍ପତ୍ତି କେବଳ କୋଭିଶିଲ୍ଡରେ ପ୍ରଯୁଜ୍ୟ ଏବଂ କୋଭାକ୍ସିନ୍ ନୁହେଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି।

Leave A Reply

Your email address will not be published.