Latest Odisha News

BREAKING NEWS

ହୀରାକୁଦ ଜଳଭଣ୍ଡାରର ଆଉ ୭ଟି ଗେଟ୍ ଖୋଲିଲା

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଲାଗି ଡ୍ୟାମ୍ କର୍ତ୍ତୃପକ୍ଷ ସୋମବାର ଦିନ ଆଉ ୭ଟି ଗେଟକୁ ଖୋଲିଛନ୍ତି ।

ମିଳିଥିବା ସୂଚନାନୁଯାୟୀ ବର୍ଷା ଯୋଗୁଁ ଏହାମଧ୍ୟକୁ ବିପୁଳ ପରିମାଣର ଜଳ ପ୍ରବେଶ କରୁଥିବାରୁ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ତେବେ ଆଜି ସକାଳ ୯ଟା ସୁଦ୍ଧା ଏହି ଜଳଭଣ୍ଡାରର ଜଳସ୍ତର ୬୨୦.୮୭ ଘନ ଫୁଟକୁ ଛୁଇଁଥିଲା । ଯାହାଫଳରେ ଡ୍ୟାମର ସ୍ଥିତିକୁ ନଜରରେ ରଖି ଆଉ ୭ଟି ଗେଟ୍ ଖୋଲାଯାଇଛି ।

ଏହା ମଧ୍ୟକୁ ସେକେଣ୍ଡ ପିଛା ୨,୩୭,୯୧୦ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ପାଖାପାଖି ସେକେଣ୍ଡ ପିଛା ୧,୭୫,୩୭୧ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।

ଆହୁରି ମଧ୍ୟ ବର୍ତ୍ତମାନ ସମୟରେ ପ୍ରାୟ ୧୪ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିବା ଜଣାପଡିଛି ।

Leave A Reply

Your email address will not be published.