Latest Odisha News

BREAKING NEWS

ରାଜ୍ୟ ନିର୍ବାଚନ କମିଶନର ଭାବେ ଆଦିତ୍ୟ ପ୍ରସାଦ ପାଢୀଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର: ପୂର୍ବତନ ଓଡିଶା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସୋମବାର ଦିନ ରାଜ୍ୟ ନିର୍ବାଚନ କମିଶନର (ସିଇସି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଶ୍ରୀ ପାଢୀ ପୂର୍ବତନ ରାଜ୍ୟ ନିର୍ବାଚନ କମିଶନର ନବ କୁମାର ନାୟକଙ୍କ ଠାରୁ ଏହି ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି ।

୧୯୮୩ ବ୍ୟାଚର ଏହି ଆଇଏଏସ ଅଧିକାରୀ ନିକଟରେ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଥିଲେ । ଆଜି ଦାୟିତ୍ୱ ଗ୍ରହଣ କରିବା ସଙ୍ଗେସଙ୍ଗେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସେ ସିଭିକ୍ ବଡି ଓ ପଞ୍ଚାୟତ ନିର୍ବାଚନକୁ ସୂଚାରୁ ରୂପେ ସଞ୍ଚାଳନା କରିବା ଲାଗି ପ୍ରଚେଷ୍ଟା କରିବେ ।

Leave A Reply

Your email address will not be published.