Latest Odisha News

BREAKING NEWS

ସପ୍ତମ ଚନ୍ଦ୍ରଭାଗା କବିତା ଉତ୍ସବ ଉଦଘାଟିତ, ଅନଲାଇନରେ ଯୋଗ ଦେଉଛନ୍ତି ପୃଥିବୀର ସତୁରୀ ଜଣ ବିଶିଷ୍ଟ କବି

ଗତ ଛଅ ବର୍ଷ ହେଲା ଜାନୁଆରୀ ଦ୍ଵିତୀୟ ସପ୍ତାହରେ କୋଣାର୍କରେ ଆୟୋଜିତ ହୋଇଆସୁଛି ଏକ ନିଆରା କବିତା ଉତ୍ସବ। ଭାରତୀୟ ଇଂରାଜୀ କବିତାର ମହାନାୟକ ଜୟନ୍ତ ମହାପାତ୍ରଙ୍କ ନେତୃତ୍ଵ, ବିଶିଷ୍ଟ ଚିନ୍ତାନାୟକ ପ୍ରଫେସର ମନୋରଞ୍ଜନ ମହାନ୍ତିଙ୍କ ଆବାହକତ୍ଵ, କବି ଆଶୁତୋଷ ପରିଡା ଓ କବି ବିଜୟ ଉପାଧ୍ୟାୟଙ୍କ ଆୟୋଜନ ତଥା ସେଞ୍ଚୁରିଆନ ବିଶ୍ଵ ବିଦ୍ୟାଳୟର ସହାୟତାରେ ଆୟୋଜିତ ଏହି କବିତା ଉତ୍ସବର ସପ୍ତମ ସଂସ୍କରଣ ଆଜି ଉଦ୍ଘାଟିତ ହୋଇଯାଇଛି। ଚଳିତ ବର୍ଷ କରୋନମା ମହାମାରୀ ଯୋଗୁଁ ଉତ୍ସବକୁ ଅନଲାଇନ କରାଯାଇଛି। ଚଳିତ ବର୍ଷ ଏହି ଉତ୍ସବର ସହାୟକ ଆୟୋଜକ ଭାବରେ ମୁମ୍ବାଇ ସ୍ଥିତ ଇଣ୍ଡିଆନ ନୋଭେଲ୍ସ କଲେକ୍ଟିଭ ଯୋଗ ଦେଇଛନ୍ତି।

୯, ଜାନୁଆରୀ ଅପରାହ୍ନରେ ଏହି ଉତ୍ସବକୁ ପ୍ରଖ୍ୟାତ ଭାରତୀୟ କବି ଜୟନ୍ତ ମହାପାତ୍ର ଉଦ୍ଘାଟନ କରିଥିବା ବେଳେ ଅତିଥି ଭାବରେ ପ୍ରଖ୍ୟାତ ବଙ୍ଗଳା କବି ସୁବୋଧ ସରକାର, ହିନ୍ଦୀ କବି ସବିତା ସିଂ, ପ୍ରଫେସର ମନୋରଞ୍ଜନ ମହାନ୍ତି, ଭାଷାବିତ ଦେବୀପ୍ରସନ୍ନ ପଟ୍ଟନାୟକ, କବି ଆଶୁତୋଷ ପରିଡା ପ୍ରମୁଖ ଯୋଗଦାନ କରିଥିଲେ। କବି ଅଶ୍ବିନୀ କୁମାର ସମସ୍ତଙ୍କୁ ସ୍ଵାଗତ କରିଥିବା ବେଳେ ଚନ୍ଦ୍ରଭାନୁ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ ଭିତ୍ତି ପ୍ରବନ୍ଧ ପାଠ କରିଥିଲେ ପ୍ରଖ୍ୟାତ ଇଂରାଜୀ ଓ ମାଲାୟାଲାମ ଲେଖକ କେ. ସତ୍ଚିଦାନନ୍ଦନ।

ଆସନ୍ତା ଦୁଇ ଦିନ ଧରି ଏହି ଉତ୍ସବରେ ଫ୍ରେଞ୍ଚ, ଚାଇନିଜ ସମେତ ବିଭିନ୍ନ ଭାରତୀୟ ଭାଷାର କବିମାନେ ନିଜର କବିତା ପାଠ କରିବେ।

Leave A Reply

Your email address will not be published.