Latest Odisha News

BREAKING NEWS

ସାବିତ୍ରୀ ବ୍ରତ କରିବା ବେଳେ ଦେହରେ ଲାଗିଗଲା ନିଆଁ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

କେନ୍ଦୁଝର : ସାବିତ୍ରୀ ବତ୍ରରେ ସ୍ୱାମୀର ଦୀର୍ଘାୟୁ କାମନା କରି ପୂଜା କରୁଥିବା ବେଳେ ବିପଦ ମୁଖରେ ପଡ଼ିଲେ ମହିଳା । ସାମାନ୍ୟ ଅସାବଧାନତା କାରଣରୁ ଦୀପରୁ ଦେହରେ ଲାଗିଗଲା ନିଆଁ । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସହରରେ ।

ଗତକାଲି ସାବିତ୍ରୀ ବତ୍ରରେ ବଡ଼ ଅଘଟଣ ଘଟଯାଇଛି । ବ୍ରତ କରିବା ସମୟରେ ଦୀପରୁ ନିଆଁ ଲାଗି ଜଣେ ମହିଳା ପୋଡ଼ି ହୋଇଯାଇଛନ୍ତି । ଆହତ ମହିଳା ଜଣକ ହେଲେ ଆନନ୍ଦପୁର ସହରର ଜଣେ ପ୍ରତିଷ୍ଠିତ ମିଠା ବ୍ୟବସାୟୀଙ୍କ ବୋହୂ ।ସାବିତ୍ରୀ ବ୍ରତରେ ଗତକାଲି ମହିଳାଙ୍କ ଘରେ ପୂଜାପାଠ ଚାଲିଥିଲା । ଏହି ପୂଜାରେ ଅନ୍ୟ ମହିଳାମାନେ ମଧ୍ୟ ସାମିଲ ହୋଇଥିଲେ । ହଠାତ୍ ମହିଳାଙ୍କ ଶାଢ଼ିରେ ଦୀପରୁ ନିଆଁ ଲାଗିଯାଇଥିଲା । ନିଆଁରେ ମହିଳାଙ୍କ ଶରୀରର କିଛି ଅଂଶ ପୋଡ଼ି ଯାଇଥିଲା। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.