Latest Odisha News

BREAKING NEWS

ମେ ୧ରୁ ଭୁବନେଶ୍ୱରରୁ ପାଟନାକୁ ଉଡିବ ବିମାନ

ଭୁବନେଶ୍ୱର: ଆସନ୍ତା ମେ ୧ ତାରିଖରୁ ଇଣ୍ଡିଗୋ ପକ୍ଷରୁ ଭୁବନେଶ୍ୱରରୁ ପାଟନାକୁ ଦୈନନ୍ଦିନ ବିମାନ ଉଡାଣ କରାଯିବ।

ମାର୍ଚ୍ଚ ୨୮ରୁ ୨୨ ନୂଆ ଫ୍ଲାଇଟ ଉଡିବା ଆରମ୍ଭ କରିବ ବୋଲି ବିଜନେସ୍ ଓ୍ବାଲ୍ଡ ରିପୋର୍ଟରୁ ପ୍ରକାଶ।

ସେହିପରି ଆରସିଏସ୍ ଯୋଜନା ଅନ୍ତର୍ଗତ ଅଗରତାଲା-ଅଜୱଲ୍, ଜୟପୁର-ଭଦୋଦରା, ଚେନ୍ନାଇ-ଭଦୋଦରା, ବେଙ୍ଗାଲୁରୁ-ଶିରଡି, ପାଟନା-କୋଚି, ରାଜହମୁଣ୍ଡ୍ରି-ତିରୁପତି, କୋଲକାତା-ଗୟା, କୋଚିନ୍-ତ୍ରିଭନ୍ଦ୍ରମ୍, ଜୟପୁର-ସୁରଟ ଏବଂ ଚେନ୍ନାଇ-ସୁରଟ ମଧ୍ୟରେ ବିମାନ ଉଡିବ।

ଇଣ୍ଡିଗୋର ଚିଫ୍ ଷ୍ଟ୍ରାଟେଜି ଓ ରାଜସ୍ୱ ଅଧିକାରୀ ସଞ୍ଜୟ କୁମାର କହିଛନ୍ତି, “ଆରସିଏସ୍ ରୁଟ୍ ସମେତ ୨୨ ନୂଆ ଫ୍ଲାଇଟ ଦକ୍ଷିଣ, ପଶ୍ଚିମ, ପୂର୍ବ ଏବଂ ଉତ୍ତର-ପୂର୍ବ ଅଞ୍ଚଳକୁ ସଂଯୋଗ କରିବ। ଯାହା ଫଳରେ ଆମର ଘରୋଇ ନେଟୱାର୍କ ଅଧିକ ବଢିବ।

Leave A Reply

Your email address will not be published.