Latest Odisha News

BREAKING NEWS

୮ ମାସର ଗର୍ଭବତୀଙ୍କୁ ଗାଁ ଦାଣ୍ଡରେ ସଂଘବଦ୍ଧ ମାଡ଼

ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳା କପ୍ତିପଦା ଥାନା ବାଘିଆଗଡି ଗ୍ରାମରେ ଅଭାନୀୟ ଘଟଣା ଘଟିଛି। ୮ ମାସର ଗର୍ଭବତୀଙ୍କୁ ଗାଁ ଦାଣ୍ଡରେ ସଂଘବଦ୍ଧ ମାଡ଼ ହୋଇଛି। ସ୍ବାମୀକୁ ଆକ୍ରମଣକାରୀମାନଙ୍କ ଠାରୁ ବଞ୍ଚାଇବା ବେଳେ ଗର୍ଭବତୀ ସ୍ତ୍ରୀଙ୍କୁ ନିସ୍ତୁକ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏକ ସାଙ୍ଗେ ୩୦ ରୁ ଅଧିକ ଲୋକେ ଆସି ଘରୁ ଯୁବକଙ୍କୁ ନେଇ ଗଛରେ ବାନ୍ଧି ନିର୍ଘାତ ବାଡେ଼ଇଲେ। ଏହାକୁ ବିରୋଧ କରିବାରୁ ୮ ମାସର ଗର୍ଭବତୀ ମହିଳାଙ୍କୁ ମଧ୍ୟ ଗାଁ ଦାଣ୍ଡରେ ନିର୍ଘାତ ବାଡେ଼ଇଲେ। ଯେଉଁଥିରେ ଉଭୟ ଗୁରୁତର ହୋଇଥିବା ନେଇ ଅଭିଯୋଗ ହୋଇଛି।

ଗ୍ରାମର ସିପୁନ ମଲ୍ଲିକ ଆଜି ଘରେ ବସିଥିବା ବେଳେ ଅଚାନକ ବାଘିଆଗଡି ଗ୍ରାମର ଉପରସାହିରୁ ୩୦ରୁ ଅଧିକ ବ୍ୟକ୍ତି ଆସି ସିପୁନଙ୍କୁ ଘରୁ ନେଇ ଯାଇ ଗ୍ରାମରେ ଏକ ଗଛରେ ବାନ୍ଧି ନିର୍ଘାତ ମାଡ଼ ମାରିଥିଲେ। ଆଉ ମାଡ଼ ମାରି ଗୁରୁତର କରି ଚାଲି ଯାଇଥିବା ନେଇ ଅଭିଯୋଗ ହୋଇଛି । ଏପରିକି ସେହି ବ୍ୟକ୍ତିମାନଙ୍କୁ ଅଟକାଇଥିବା ବେଳେ ସିପୁନଙ୍କ ଗର୍ଭବତୀ ସ୍ତ୍ରୀଙ୍କୁ ମଧ୍ୟ ସେମାନେ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ସିପୁନ ରାଜ୍ୟ ବାହାରେ କାମ କରୁଥିବା ବେଳେ ଉପରସାହି ଅଞ୍ଚଳର କିଛି ଯୁବକ ମଧ୍ୟ ତାଙ୍କ ସହିତ କାମକୁ ଯାଇଥିଲେ ।

ରଜ ପାଇଁ ସମସ୍ତେ ଘରକୁ ଫେରିଥିବା ବେଳେ ସମସ୍ତ ଟଙ୍କା ସେମାନଙ୍କୁ ସିପୁନ ଦେଇଥିଲେ । ହେଲେ ସିପୁନ ଟଙ୍କା ଦେଇ ନ ଥିବା କହି ଯୁବକମାନେ ଏହିଭଳି ପ୍ରାଣାନ୍ତକ ଆକ୍ରମଣ କରିଥିବା କହିଛନ୍ତି । ଖବର ପାଇ କପ୍ତିପଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆକ୍ରମଣରେ ଗୁରୁତର ସିପୁନ ଏବଂ ତାଙ୍କ ସ୍ତ୍ରୀ ଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଏ ନେଇ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ ହୋଇଛି ।

Leave A Reply

Your email address will not be published.