Latest Odisha News

BREAKING NEWS

ସ୍ୱଚ୍ଛ ଭାରତ ଅଭିଯାନରେ ଓଡିଶାରେ ନିର୍ମାଣ ହୋଇଛି ୮୦ ଲକ୍ଷ ଶୌଚାଳୟ: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ସ୍ୱଚ୍ଛ ଭାରତ ଅଭିଯାନରେ ଓଡିଶାରେ ନିର୍ମାଣ ହୋଇଛି ୮୦ ଲକ୍ଷରୁ ଅଧିକ ଶୌଚାଳୟ । ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର ଲାଭ ପାଇବାରେ ଓଡିଶା ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ରହିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସ୍ୱାମୀ ବିବେକାନନ୍ଦ କହିଥିଲେ, ମହିଳାଙ୍କ ପ୍ରତି ଆଚରଣ ଗୋଟିଏ ରାଷ୍ଟ୍ରର ପ୍ରଗତିକୁ ମାପିବାର ସବୁଠୁ ବଡ ମାପକାଠି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ଆମ ସରକାର ସ୍ୱାମୀ ବିବେକାନନ୍ଦଙ୍କ ବିଚାରରେ ଦୃଢ ବିଶ୍ୱାସ କରିବା ସହ ଏହାକୁ କାମରେ ମଧ୍ୟ ଲଗାଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଦୃଢ ଇଚ୍ଛାଶକ୍ତି କାରଣରୁ ଆଜି ଆମ ମାଆ ଓ ଭଉଣୀ ମାନେ ଶୌଚ ଏବଂ ଜାଳେଣି କାଠ ପାଇଁ ଜଙ୍ଗଲ ଉପରେ ନିର୍ଭର କରୁନାହାଁନ୍ତି । ନାରୀ ତୁ ନାରାୟଣୀ ଦୂରଦୃଷ୍ଟି ମାଧ୍ୟମରେ ସରକାର ପିଏମୟୁୱାଇ ଓ ସ୍ୱଚ୍ଛ ଭାରତ ଯୋଜନା ଆରମ୍ଭ କରି ମହିଳାଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବା ସହ ସମ୍ମାନ ରକ୍ଷା କରିଛନ୍ତି ।

ଗରିବ ମହିଳାଙ୍କୁ ୮ କୋଟି ଏଲପିଜି ସିଲିଣ୍ଡର ପ୍ରଦାନ, ଜନଧନ ଓ ମହିଳା ଶକ୍ତି କେନ୍ଦ୍ର ଭଳି ସମାବେଶୀ ଆର୍ଥିକ ଯୋଜନା ଗ୍ରାମାଂଚଳର ୨୨ କୋଟି ମହିଳାଙ୍କୁ ସଶକ୍ତ କରିଛି । ଏହାସହ ୫ କୋଟି ମହିଳାଙ୍କୁ ୧ ଟଙ୍କାରେ ସାନିଟାରି ନାପକିନ୍ ଯୋଗାଇବା ଦିଗରେ ମୋଦି ସରକାର ସର୍ବଦା ଆଗୁଆ ଥିବା କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।

Leave A Reply

Your email address will not be published.