Latest Odisha News

BREAKING NEWS

ସୁଶାନ୍ତ କେସ୍ : ସନ୍ଦୀପଙ୍କ ପ୍ରତି ସନ୍ଦେହ ବୃଦ୍ଧି ପାଉଛି

ମୁମ୍ବାଇ:ସୁଶାନ୍ତ ସିଂ ରାଜପୁତ କେସ୍‌ରେ ସିବିଆଇ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଦେଇଛି । କୁକ୍ ନୀରଜ, ରୁମମେଟ୍ ସିଦ୍ଧାର୍ଥ ପିଠାନୀ ପରେ ଏବେ ସନ୍ଦୀପଙ୍କୁ ଜେରା କରିବା ପାଇଁ ବିଚାର କରୁଛି । ସନ୍ଦୀପ ସୁଶାନ୍ତଙ୍କ ଜଣେ ଭଲ ବନ୍ଧୁ ଭାବେ ନିଜକୁ ଚିତ୍ରଣ କରୁଛି । ୧୪ ଜୁନ୍ ସୁଶାନ୍ତଙ୍କ ମୃତ୍ୟୁ ପରେ ସନ୍ଦୀପ ସେଠାରେ ପ୍ରଥମେ ପଂହଚିଥିଲା । ସେହିପରି ସୋସିଆଲ ସାଇଟରେ ଏକ ଭିିଡିଓ ଭାଇରାଲ ହେଉଛି ଯେଉଁଥିରେ ଡେଡ ବଡି ନେଇ ଯାଉଥିବା ପୋଲିସ କର୍ମୀଙ୍କ ଥମ୍ସ ଅପ୍ ସିଗନାଲ ଦେଖାଉଛନ୍ତି । ବିଭିନ୍ନ ଚ୍ୟାନେଲରେ ତାଙ୍କ ବୟାନ ବଦଳିବାରେ ଲାଗିଛି । ସୁଶାନ୍ତଙ୍କ ପରିବାରର ଅତି ନିକଟତର ବୋଲି କହୁଥିଲେ ମଧ୍ୟ ଏହାର ସତ୍ୟତା ପ୍ରମାଣିତ ହୋଇପାରି ନାହିଁ । ପରିବାର ଲୋକ ତାଙ୍କୁ ଚିହ୍ନ ନାହାନ୍ତି ବୋଲି କହିିଛନ୍ତି ।

ସନ୍ଦୀପ ପିଲାବେଳେ ଆଇସକ୍ରିସ ବିକ୍ରି କରି ପେଟ ପୋଷୁଥିଲେ । ୨୦୦୧ରେ ସାମ୍ବାଦିକ ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ,କ ରେଡିଓ ଚ୍ୟାନେଲରେ ଶୋ ପ୍ରଡ୍ୟୁସର ହୋଇଥିଲେ । ହଠାତ ସେ ରେଡିଓ ମିର୍ଚ୍ଚର ଏଂଟରନେଟମେଂଟ ହେଡ ହୋଇଥିଲେ । ୨୦୧୧ରେ ଭଂସାଲୀ ପ୍ରଡକ୍ସନରେ ସିଇଓ ହେଲେ ।

Leave A Reply

Your email address will not be published.