Latest Odisha News

BREAKING NEWS

ପୋଷକ ତତ୍ତ୍ବରେ ଭରପୂର ଲାଉ : ଅନେକ ରୋଗ ପାଇଁ ମହୋଷଧି , ଆଜି ହିଁ ଖାଆନ୍ତୁ…

ନୂଆଦିଲ୍ଲୀ : ଆମେ ସାଧାରଣତଃ ଆମ ଶରୀରକୁ ପୋଷକ ତତ୍ତ୍ବ ଯୋଗାଇବା ଲାଗି ପ୍ରତିଦିନ ବିଭିନ୍ନ ପ୍ରକାରର ଫଳମୂଳ ଓ ପନିପରିବା ଖାଇଥାଉ । ଆଜି ଆମେ ଜାଣିବା ଲାଉ ଖାଇବା ଆମ ଶରୀର ପାଇଁ କେତେ ଲାଭ ଦାୟକ  । ଲାଉ ପାଟିକୁ ପିତା ଲାଗୁଥିବାରୁ କିଛି ଲୋକ ଏହାକୁ ଖାଇବାକୁ ପସନ୍ଦ କରନ୍ତି ନାହିଁ  । ଲାଉରେ ଭିଟାମିନ୍‌, ମିନେରାଲ ଓ ଆଣ୍ଟିଅକ୍ସିଡେଣ୍ଟ ଗୁଣ ଭରି ରହିଥାଏ। ଏହା ମୋଟାପଣ କମ୍‌ କରିବାରେ ସାହାଯ୍ୟ କରେ। କେବଳ ଏତିକି ନୁହେଁ ଏହା କେଶ ଓ ତ୍ୱଚା ପାଇଁ ମଧ୍ୟ ବେଶ୍‌ ଉପକାରୀ ହୋଇଥାଏ।

ବ୍ଲଡ଼ ପ୍ରେସର, ଡାଇବେଟିସ , ଥାଇରଏଡ୍ ଭଳି ସମସ୍ୟା ଥିଲେ , ପ୍ରତିଦିନ ଲାଉ ଖାଆନ୍ତୁ  । ଶୀଘ୍ର ଏସବୁ ରୋଗରୁ ମୁକ୍ତି ମିଳିବ  । ଲାଉକୁ ଆପଣମାନେ ଜୁସ୍ କରି ମଧ୍ୟ ପିଇପାରିବେ । ଏହା ତ୍ୱଚାର ଲୋଚାକୋଚାପଣ ଦୂର କରିବାରେ ସାହାଯ୍ୟ କରେ। ଏହା ତ୍ୱଚାକୁ ପ୍ରାକୃତିକ ଚମକ ଦେଇଥାଏ। ଏହା ଆଖି ପାଇଁ ମଧ୍ୟ ଏହା ବେଶ୍‌ ଦରକାରୀ ହୋଇଥାଏ। ଆଖି ବିନ୍ଧୁଥିଲେ ପତାରେ ଲାଉକୁ କାଟି ୧୦-୧୫ ମିନିଟ୍‌ ରଖନ୍ତୁ। ଆରାମ ଲାଗିବ  । ଆଜି କାଲିର ସମୟରେ କେଶ ଝଡିବା ଲୋକଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି  । ତେଣୁ ଲାଉ ରସକୁ ମୁଣ୍ଡରେ ଲଗାନ୍ତୁ ଏବଂ କେଶ ଝଡାରୁ ମୁକ୍ତି ପାଆନ୍ତୁ ।

Leave A Reply

Your email address will not be published.