Latest Odisha News

BREAKING NEWS

ଧନୀ ହୋଇଯିବ ପାକିସ୍ତାନ ! ନଦୀରୁ ମଳିଲା ବିରାଟ ସୁନାର ଭଣ୍ଡାର, ଭରାତ ସହ ରହିଛି କନେକ୍ସନ

ନୂଆଦିଲ୍ଲୀ: ଧନୀ ହୋଇଯିବ ପାକିସ୍ତାନ। ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ମିଳି ଯାଇଛି ସୁନାର ଭଣ୍ଡାର। ସିନ୍ଧୁ ନଦୀରେ ବିରାଟ ସୁନାର ଭଣ୍ଡାର ଥିବା ନେଇ ଖବର ଏବେ ସାମ୍ନାକୁ ଆସିଛି। ଏହି ଭଣ୍ଡାର ପାଖାପାଖି 80,000 କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ମାର୍ଚ୍ଚ 3 ସୋମବାର ଡନ୍ ନ୍ୟୁଜ୍ ରିପୋର୍ଟରେ ଏହି ସୂଚନା ସାମ୍ନାକୁ ଆସିଛି।

Pakistan's ₹80,000 Crore Discovery in Indus River Bed: Now How It Has A Connection With India News24 -

ରିପୋର୍ଟ ଅନୁସାରେ ଏହି ସୁନା ଭଣ୍ଡାର ପଞ୍ଜାବର ଅଟକ ଜିଲ୍ଲାରେ ମିଳିଛି। ପାକିସ୍ତାନ ସରକାରଙ୍କ ଦ୍ୱାରା କରାଯାଉଥିବା ଏକ ସର୍ଭେରେ ସେଠାରେ ସୁନାର ଭଣ୍ଡାର ଥିବା ନେଇ ଜଣାପଡ଼ିଛି। ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଏହି ଆବିଷ୍କାରକୁ ଅର୍ଥନୀତି ପାଇଁ ଏକ ଲାଇଫ୍ ଲାଇନ୍ ଭାବେ ବିଚାର କରୁଛି। ବର୍ତ୍ତମାନ ଏହି ସୁନାକୁ ବାହାର କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଉଛି, ଯାହା ଦେଶକୁ ଆର୍ଥିକ ଶକ୍ତି ଯୋଗାଇପାରେ। ଏହି ସୁନା ଭଣ୍ଡାରର ଖନନ ପ୍ରକ୍ରିୟା, ପାକିସ୍ତାନର ସରକାରୀ ଇଞ୍ଜିନିୟରିଂ ସେବା କମ୍ପାନୀ, ନ୍ୟାସନାଲ ଇଞ୍ଜିନିୟରିଂ ସର୍ଭିସ ପାକିସ୍ଥାନ (ନେସପାକ) ଏବଂ ପଞ୍ଜାବର ମାଇନ୍ସ ଏବଂ ମିନେରାଲ୍ସ ବିଭାଗ ଦ୍ୱାରା ପରିଚାଳିତ ହେବ। ଏହି ଆବିଷ୍କାର ପାକିସ୍ତାନର ଖଣି ଶିଳ୍ପ ପାଇଁ ଏକ ପ୍ରମୁଖ ମାଇଲଖୁଣ୍ଟ ବୋଲି କୁହାଯାଉଛି।

Pakistan Gold Discovery: Pakistan finds gold worth Rs 80,000 crore in Indus River, India connection explained

ଭୂବିଜ୍ଞାନୀମାନେ କହିଛନ୍ତି ଯେ ଏହି ସୁନା ହିମାଳୟରୁ ସିନ୍ଧୁ ନଦୀ ଦେଇ ପ୍ରବାହିତ ହୋଇ ପାକିସ୍ତାନ ଅଞ୍ଚଳରେ ଜମା ହୋଇଛି। ବିଭାଜନ ପୂର୍ବରୁ ଏହି ଅଂଶ ଭାରତର ଥିଲା, କିନ୍ତୁ ବର୍ତ୍ତମାନ ଏହା ପାକିସ୍ତାନର ଏକ ଅଂଶ । ନଦୀରେ ସୁନାର ଛୋଟ ଖଣ୍ଡ କିମ୍ବା ନାଗେଟ ଆକାରରେ ମିଳିଥାଏ । ଲଗାତାର ପ୍ରବାହ ଫଳରେ ଏହି ସୁନା ଖଣ୍ଡଗୁଡ଼ିକ ଗୋଲ ହୋଇଯାଇ ଗୋଟିଏ ସ୍ଥାନରେ ଜମା ହୋଇଯାଇଛି। ଏକ୍ସପ୍ରେସ ଟ୍ରିବ୍ୟୁନ ରିପୋର୍ଟ ଅନୁଯାୟୀ, ଡିସେମ୍ବର 2024 ସୁଦ୍ଧା ପାକିସ୍ତାନର ସୁନା ଭଣ୍ଡାରର ମୂଲ୍ୟ 5.43 ବିଲିୟନ ଡଲାର ରହିଥିଲା। କିନ୍ତୁ ବର୍ତ୍ତମାନ ଦେଶ ଏକ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ହୁଏତ ଏବେ ଏହି ସୁନା ଭଣ୍ଡାର ପାକିସ୍ତାନକୁ ଆର୍ଥିକ ସଙ୍କଟରୁ ରକ୍ଷା କରିପାରିବ ବୋଲି କୁହାଯାଉଛି।

Comments are closed.