Latest Odisha News

BREAKING NEWS

ଭାରତରେ କରୋନାଭାଇରସ; ଆରୋଗ୍ୟ ହେଲେ ୮୬ ଜଣ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୯୭୯ ଛୁଇଁଥିବା ବେଳେ ପ୍ରାୟ ୮୬ ଜଣ ବ୍ୟକ୍ତି ଆରୋଗ୍ୟ ହୋଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ମିଳିଛି ।

ସୂଚନାନୁଯାୟୀ ଏଯାବତ୍ କରୋନାଭାଇରସ ସଂକ୍ରମଣରେ ଭାରତରେ ୨୫ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସେଥିମଧ୍ୟରୁ ସର୍ବାଧିକ ମହାରାଷ୍ଟ୍ରରେ ୧୮୬ ମାମଲା, ୬ ମୃତ୍ୟୁ ଏବଂ କେରଳରେ ୧୮୨ ମାମଲା ଏବଂ ଗୋଟିଏ ମୃତ୍ୟୁ ହୋଇଛି ।

ଆହୁରି ମଧ୍ୟ କରୋନାଭାଇରସର ମୁକାବିଲା ଲାଗି ବିଭିନ୍ନ ରାଜ୍ୟରେ ସ୍କୁଲ, କଲେଜ, ବ୍ୟବସାୟ ପ୍ରତିଷ୍ଠାନ ଆଦି ବନ୍ଦ କରାଯିବା ସହ ଗୋଟିଏ ସ୍ଥାନରେ ଅଧିକ ଲୋକଙ୍କ ସମାବେଶ ଉପରେ ମଧ୍ୟ ସରକାରଙ୍କ ପକ୍ଷରୁ କଟକଣା ଲଗାଯାଇଛି ।

ଉଲ୍ଲେଖଯୋଗ୍ୟ, ଏହା ଧୀରେଧୀରେ କାନାଡା, ଥାଇଲାଣ୍ଡ, ଆମେରିକା, ତାଇୱାନ୍, ଭିଏତନାମ, ସିଙ୍ଗାପୁର ଓ ୟୁରୋପ ଭଳି ପାଖାପାଖି ୧୯୫ରୁ ଅଧିକ ଦେଶକୁ ମଧ୍ୟ କରୋନା ଭୂତାଣୁ ବ୍ୟାପିବାରେ ଲାଗିଛି ।

Leave A Reply

Your email address will not be published.