Latest Odisha News

BREAKING NEWS

କୋଭିଡ କଣ୍ଟ୍ରୋଲ ରୁମ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଆଜି ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କୋଭିଡ କଣ୍ଟ୍ରୋଲ ରୁମ ପରିଦର୍ଶନ କରିଛନ୍ତି । ସେ କହିଛନ୍ତି, ଓଡିଶାର ପାଖାପାଖି ୧ ଲକ୍ଷ ଲୋକ ଅନ୍ୟ ରାଜ୍ୟରେ ଫସି ରହିଛନ୍ତି । ବାଲେଶ୍ୱର, କେନ୍ଦ୍ରାପଡା, ଗଞ୍ଜାମ, ଭଦ୍ରକ ଓ ଯାଜପୁର ଜିଲ୍ଲାର ଅଧିକ ଲୋକ ବାହାର ରାଜ୍ୟରେ ଅଟକି ରହିଛନ୍ତି । ସେମାନଙ୍କ ପାଇଁ କଲ ସେଣ୍ଟର କରାଯାଇଛି ।

୮୩୩ ନମ୍ବରକୁ ବାହାରେ ଫସିଥିବା ୧୮୬୦ଜଣଙ୍କ କଲ ଆସିଛି । ୧୮୬୦ଟି କଲ ମଧ୍ୟରୁ କର୍ଣ୍ଣାଟକ, ତାମିଲନାଡୁ, ତେଲେଙ୍ଗାନା, ଗୁଜରାଟ ଓ ମହାରାଷ୍ଟ୍ରରୁ ସର୍ବାଧିକ ଲୋକଙ୍କ କଲ ଆସିଛି । ରାଜ୍ୟ ବାହାରେ ଥିବା ଓଡିଆ ଲୋକଙ୍କ ଖାଦ୍ୟ, ରହିବା ବାବଦକୁ ହେଉଥିବା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

Leave A Reply

Your email address will not be published.