Latest Odisha News

BREAKING NEWS

ଆଧାର କାର୍ଡ ନଦେଖାଇବାରୁ WEO ପରୀକ୍ଷା ଦେଇପାରିଲେନି ୯ ଜଣ, ଜିଲ୍ଲାପାଳଙ୍କୁ ଗୁହାରୀ

ନବରଙ୍ଗପୁର: ଆଇଡି ପ୍ରୁଫ୍ ଅଛି, ଠିକ୍ ସମୟରେ ବି ପରୀକ୍ଷାକେନ୍ଦ୍ରରେ ପହଞ୍ଚିଥିଲେ । ଆଧାର କାର୍ଡ ନଥିବାରୁ ପରୀକ୍ଷା ଦେଇପାରିଲେନି WEO ଆଶାୟୀ । ଆଜି ଏହି ପରୀକ୍ଷା ପାଇଁ OSSC ପକ୍ଷରୁ ନବରଙ୍ଗପୁର ପଲିଟେକନିକ୍ କଲେଜରେ ସେଣ୍ଟର ହୋଇଥିଲା । କିନ୍ତୁ କଲେଜ କର୍ତ୍ତୃପକ୍ଷଙ୍କ ମାତ୍ରାଧିକ ଚେକିଂ ପାଇଁ ୯ଜଣ ପରୀକ୍ଷା କେନ୍ଦ୍ରକୁ ପଶିପାରିନଥିଲେ । ଫଳରେ ସେମାନଙ୍କ ଦୀର୍ଘ ଦିନର ସ୍ୱପ୍ନ ଭାଙ୍ଗିଯାଇଛି ବୋଲି କ୍ୟାମେରା ଆଗରେ କହିଛନ୍ତି ପରୀକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀ ।

ବାରମ୍ବାର ନିବେଦନ ପରେ ବି କଲେଜ କର୍ତ୍ତୃପକ୍ଷ ନମାନିବାରୁ ବାଧ୍ୟ ହୋଇ ସେମାନେ ଧାରଣାରେ ବସିଥିଲେ । ଏନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଜିଲ୍ଲା ବାହାରୁ ଆସି ଖର୍ଚ୍ଚାନ୍ତ ହୋଇଛନ୍ତି ଛାତ୍ରଛାତ୍ରୀ । ତା ସାଙ୍ଗକୁ କଲେଜ କର୍ତ୍ତୃପକ୍ଷଙ୍କ ମନମୁଖୀ ପାଇଁ ସେମାନଙ୍କ ଭବିଷ୍ୟତ ଖରାପ ହେଲା ବୋଲି ଅଭିଯୋଗ କରିଛନ୍ତି ।

ଏନେଇ କଲେଜ ଅଧ୍ୟକ୍ଷଙ୍କୁ ପଚାରିବାରୁ ସେ ଗଣମାଧ୍ୟମକୁ ନାଲିଆଖି ଦେଖାଇଥିଲେ, ଗେଟ୍ ଆଉଟ୍ ବୋଲି କହିଥିଲେ ।

Leave A Reply

Your email address will not be published.