Latest Odisha News

BREAKING NEWS

ଏକ ମନସ୍ତାତ୍ତ୍ୱିକ ସଂଘର୍ଷର କାହାଣୀକୁ ନେଇ ଆସୁଛି ‘ମନସ୍କ’

ଭୁବନେଶ୍ୱର:ମନସ୍କର ଅର୍ଥ ହେଉଛି ଏକ କେନ୍ଦ୍ରୀଭୂତ ମନ । ଏହି କେନ୍ଦ୍ରୀଭୂତ ମନ ଯଦି ପଜେଟିଭ ହୁଏ ତେବେ ମନସ୍କ ମଣିଷ ଉନ୍ନତିର ଚରମ ସୀମାରେ ପହଞ୍ଚି ପାରିଥାଏ । ହେଲେ ଏହି ମନ ନେଗେଟିଭ ହେଲେ ଜୀବନ ଉପରେ ଭାରି ପଡିଥାଏ । ଏମିତି ଏକ ମନସ୍ତତ୍ୱର କାହାଣୀ କହେ ମନସ୍କ ।

‘ତନିସ’ ଛୋଟ ପିଲାଟିଏ । କିନ୍ତୁ କାହାଣୀର ମୁଖ୍ୟ ଚରିତ୍ର ଯିଏ କି ନିଜ ଭିତରେ ନିଜେ ହଜିଯାଇଛି । ମାନସିକ ଦ୍ୱନ୍ଦ୍ୱରେ ପଡି ଯାଇଛି । ଏକ ବିଶାଳ ଅନୁଶୋଚନାକୁ ବହି ଚାଲିଛି । ଏଇ ଅଳନ୍ଦୁ ଭତରୁ ବାହାରିବା ପାଇଁ ସଂଘର୍ଷ କରୁଛି । ହେଲେ ପାରୁନି । ଏମିତି ଏକ ସଂଘର୍ଷର କାହାଣୀ , ଏକ ଦାର୍ଶନିକ, ମନସ୍ତାତ୍ତ୍ୱିକ ବିଶ୍ଳେଷଣର ସମାହାର ହେଉଛି ‘ମନସ୍କ’ । ଖୁବ ଶୀଘ୍ର ପରଦାକୁ ଆସିବ ଓଡ଼ିଆ ଫିଲ୍ମ ‘ମନସ୍କ’ । ଚଳଚ୍ଚିତ୍ରଟି  ଯେତିକି ଶିକ୍ଷଣୀୟ, ଏହାର କାହାଣୀ ମଧ୍ୟ ସେତିକି ନିଆରା । ତେଣୁ ଏହା ଦର୍ଶକଙ୍କ ମନକୁ ଛୁଇଁବ ବୋଲି ପୁରା ଟିମ ଆଶାବାଦୀ ଅଛନ୍ତି ।

ମାସ୍କ ମ୍ୟାନ ଫିଲ୍ମ ପ୍ରଯୋଜିତ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ମାନସ ସାହୁ । କାହାଣୀ ଚୟନ ଏବଂ ନିର୍ଦ୍ଦେଶନାରେ ସ୍ୱତନ୍ତ୍ରତା ରହିଛି । କାହାଣୀ ରଚନା କରିଛନ୍ତି ଡ.ଲିଙ୍ଗରାଜ ରଥ ।  ଫିଲ୍ମର ମୁଖ୍ୟ ନାୟକ ତନିସ ଭୂମିକାରେ ଅଭିନୟ କରୁଛନ୍ତି ଅଶ୍ୱିନୀ ରାୟ ମହାପାତ୍ର । ଏହାବ୍ୟତୀତ ଲିଡ ରୋଲରେ ଅଛନ୍ତି ମଧୁମିତା ବାରିକ । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି କିଶୋଲୟ ରଏ । ଫିଲ୍ମରେ ଶିଶୁ କଳାକାର ଅମିତ୍ରାଂଶୁଙ୍କ ଅଭିନୟ ମଧ୍ୟ ବେଶ ମନ ହୃଦୟଛୁଆଁ ହୋଇଛି ।

Leave A Reply

Your email address will not be published.