Latest Odisha News

ସେନାକୁ ବଡ ସଫଳତା; ଗତ ୨୪ ଘଣ୍ଟାରେ ୯ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ମୁତୟନ ଭାରତୀୟ ସେନାକୁ ଆତଙ୍କବାଦୀଙ୍କ ବିରୋଧରେ ସଫଳତା ମିଳିଛି । ଏପରିକି ଗତ ୨୪ ଘଣ୍ଟା ମଧ୍ୟରେ ସେନା ଦ୍ୱାରା ୯ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ଏହି ଅପରେସନ ବେଳେ ସେନାର ଜଣେ ଯବାନ ସହିଦ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି ।

ଏନଡିଟିଭି ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଦକ୍ଷିଣ କାଶ୍ମୀରର କୁଲଗାମସ୍ଥିତ ବଟପୁରା ଅଞ୍ଚଳରେ ଶନିବାର ଦିନ ସେନା ପକ୍ଷରୁ ୪ ଜଣ ଆତଙ୍କବାଦୀଙ୍କୁ ସର୍ଚ୍ଚ ଅପରେସନ ବେଳେ ଏନକାଉଣ୍ଟର କରାଯାଇଛି । ଏହି ଆତଙ୍କବାଦୀମାନେ ନିକଟ ଅତୀତରେ ସେଠାକାର ୪ଜଣ ନାଗରିକଙ୍କୁ ହତ୍ୟା କରିଥିଲେ ।

ସେହିପରି କେରନ ସେକ୍ଟର ସୀମା ଦେଇ ପ୍ରାୟ ୫ଜଣ ଆତଙ୍କବାଦୀ ଭାରତକୁ ପ୍ରବେଶ ଲାଗି ଉଦ୍ୟମ କରୁଥିଲେ । ସେସମୟରେ ଜାରିଥିବା ଖରାପ ପାଗ ତଥା ତୁଷାରପାତକୁ ଭୃକ୍ଷେପ ନକରି ସେନା ପକ୍ଷରୁ ଅପରେସନ୍ ଆରମ୍ଭ କରାଯାଇଥିଲା । ଗୁଳି ବିନିମୟ ସମୟରେ ସମସ୍ତ ଆତଙ୍କବାଦୀମାନେ ନିହତ ହୋଇଥିବା ବେଳେ ଦୁର୍ଭାଗ୍ୟବଶତଃ ଜଣେ ଯବାନ ସହିଦ ହୋଇଥିଲେ।

ପରେ ଯବାନ ମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.