Latest Odisha News

BREAKING NEWS

ଯାଜପୁରରେ ଲଜ୍ଜା: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ୬୦ବର୍ଷୀୟ ବୃଦ୍ଧ ଗିରଫ

ଯାଜପୁର: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ୬୦ ବର୍ଷୀୟ ବୃଦ୍ଧ ଗିରଫ । ଯାଜପୁର ଜିଲ୍ଲା ବିଞ୍ଝାପୁର ଥାନା ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି । ୯ ବର୍ଷର ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିବା ଅଭିଯୋଗରେ ବୃଦ୍ଧଙ୍କୁ ଗିରଫ କରିଛି ପୋଲିସ । ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଅଭିଯୋଗ ହୋଇଛି, ନାବାଳିକା ସାଙ୍ଗମାନଙ୍କ ସହ ଗତକାଲି ଅପରାହ୍ଣରେ ଖେଳୁଥିଲା । ସଂଧ୍ୟାରେ ଖେଳି ସାରି ଘରକୁ ଫେରିବା ବେଳେ ପୀରାମହଲ୍ଲା ଗାଁର ଶେକ୍ ବେସାରତ ନାମକ ୬୦ ବର୍ଷୀୟ ବୃଦ୍ଧ ବଜାରରୁ ଚକଲେଟ ଆଣିବାକୁ କହି ବାଇକରେ ନାବାଳିକାଙ୍କୁ ବସାଇ ନେଇଯାଇଥିଲା ।

ସଂଧ୍ୟାରୁ ରାତି ଯାଏ ନାବାଳିକା ଘରକୁ ନଫେରିବାରୁ ବହୁ ଖୋଜାଖୋଜି କରିଥିଲେ ପରିବାର ଲୋକ । ଶେଷରେ ବେସାରତଙ୍କ ଘରୁ ନାବାଳିକାଙ୍କୁ ଠାବ କରାଯାଇଥିଲା । ଗାଁଲୋକ ଅଭିଯୁକ୍ତ ବେସାରତକୁ ବିଞ୍ଝାରପୁର ଥାନାରେ ଜିମା ଦେଇଥିଲେ । ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଯାଜପୁର ଏସପି ରାହୁଲ ପି. ଆର ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତନାଘନା ତଦନ୍ତ କରିଛନ୍ତି ।

Comments are closed, but trackbacks and pingbacks are open.