Latest Odisha News

BREAKING NEWS

ଦେଶରୁ ୨ଲକ୍ଷ ୫୧ ହଜାର କରୋନା ଆକ୍ରାନ୍ତ ଚିହ୍ନଟ, ୬୨୭ ମୃତ

ନୂଆଦିଲ୍ଲୀ: ଦେଶରେ ଅଢ଼େଇ ଲକ୍ଷ ଉପରେ ରହୁଛି ଦୈନିକ କରୋନା ସଂକ୍ରମଣ । ଗତକାଲି ଅପେକ୍ଷା ଆଜି ସଂକ୍ରମିତଙ୍କ ସଂଖ୍ୟା ୧୨ ପ୍ରତିଶତ କମିଛି । ଆଜି ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୫୧ହଜାର ୨୦୯ ଆକ୍ରାନ୍ତ । ଗତକାଲି ଅପେକ୍ଷା ୩୫ ହଜାର କମ୍ ପଜିଟିଭ୍ ବାହାରିଛନ୍ତି ।

ଦେଶରେ ପଜିଟିଭ୍ ହାର ୧୯.୫ ପ୍ରତିଶତରୁ ଖସି ୧୫.୮୮ ପ୍ରତିଶତ ହୋଇଛି । ସାପ୍ତାହିକ ସଂକ୍ରମଣ ହାର ରହିଛି ୧୪.୪୭ ପ୍ରତିଶତ । ଜାନୁଆରୀ ୨୬ ତାରିଖରେ ଶେଷ ହୋଇଥିବା ସପ୍ତାହରେ ଦେଶରେ ୪୦୦ ଜିଲ୍ଲାରେ ପଜିଟିଭ୍ ହାର ୧୦ ପ୍ରତିଶତ ରହିଛି ।

ଦେଶରେ ବଢ଼ିଛି ଦୈନିକ କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୬୨୭ ଜଣ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଗତକାଲି ଏହି ସଂଖ୍ୟା ଥିଲା ୫୭୩ । ଏବେ ଦେଶରେ ୨୧ଲକ୍ଷ ଆକ୍ଟିଭ୍ କେସ୍ ରହିଛି । ଯାହାକି ମୋଟ୍ ଆକ୍ରାନ୍ତଙ୍କର ୫.୧୮ ପ୍ରତିଶତ । ସୁସ୍ଥ ହାର ରହିଛି ୯୩.୬୦ ପ୍ରତିଶତ ।

Comments are closed, but trackbacks and pingbacks are open.