Latest Odisha News

BREAKING NEWS

କରୋନା ଆତଙ୍କ: କଟକ ଜିଲ୍ଲାରେ ୯୨ ନୂଆ କରୋନା ପଜିଟିଭ୍ ଚିହ୍ନଟ

କଟକ: କଟକ ଜିଲ୍ଲାରେ ଶୁକ୍ରବାର ଦିନ ୯୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନାନୁଯାୟୀ, କାନପୁରରେ ୨୬, କଟକ ସହରରେ ଜଣେ, ନିଶ୍ଚିନ୍ତକୋଇଲିରେ ୪୩ ଜଣ, ନିଆଳିରେ ୧୧, ସାଲେପୁରରେ ୨ଜଣ, ମାହାଙ୍ଗାରେ ୫ ଜଣ (ଜଣ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଜଣେ ସ୍ଥାନୀୟ ବ୍ୟକ୍ତି) ଏବଂ ଡମପଡ଼ାରେ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଜିଲ୍ଲାରେ ପୂର୍ବରୁ ୨୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଗତମାସରେ ଜଣେ ରୋଗୀଙ୍କର ପ୍ରାଣହାନୀ ଘଟିଥିଲା ।

Leave A Reply

Your email address will not be published.