Latest Odisha News

କୋଭିଡ୍ ରୋଗୀଙ୍କ ପାଇଁ ନିର୍ଦ୍ଧିଷ୍ଟ ଆମ୍ବୁଲାନ୍ସ ଚାର୍ଜ ଧାର୍ଯ୍ୟ କରନ୍ତୁ ରାଜ୍ୟ ସରକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ମଧ୍ୟରେ ସ୍ୱାସ୍ଥ୍ୟସେବାକୁ ସୁଗମ କରିବାପାଇଁ ସୁପ୍ରିମକୋର୍ଟ ଆଜି କୋଭିଡ ରୋଗୀଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଇବା ପାଇଁ ନିର୍ଦ୍ଧିଷ୍ଟ ଦର ସ୍ଥିର କରିବାକୁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି।

କୋଭିଡ ରୋଗୀଙ୍କୁ ଅଧିକ ମାତ୍ରାରେ ଆମ୍ବୁଲାନ୍ସ ସେବା ପ୍ରଦାନ କରିବା ହେତୁ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ସେ ଏହା ମଧ୍ୟ କହିଛନ୍ତି ଯେ କୋଭିଡ ରୋଗୀଙ୍କୁ ଡାକ୍ତରଖାନା ନେବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ପର୍ଯ୍ୟାପ୍ତ ସଂଖ୍ୟକ ଆମ୍ବୁଲାନ୍ସ ଉପଲବ୍ଧ ଥିବା ରାଜ୍ୟ ସରକାର ମଧ୍ୟ ନିଶ୍ଚିତ କରିବା ଉଚିତ।

କୋଭିଡ ରୋଗୀଙ୍କୁ ସ୍ୱଳ୍ପ ଦୂରତା ପାଇଁ  ହଜାର-ହଜାର ଟଙ୍କା ନିଆଯାଉଥିବାର  ଅନେକ ରିପୋର୍ଟ ପ୍ରକାଶ ପାଇଛି । ଏହି ନିଷ୍ପତ୍ତି ଶହ ଶହ କରୋନାଭାଇରସ୍ ରୋଗୀଙ୍କୁ ଆରାମ ପ୍ରଦାନ କରିବ ବୋଲି ଆଶା କରାଯାଉଛି । ସୂଚନାଥାଉ କି ଅଧିକାଂଶ ସମୟରେ ରାଷ୍ଟ୍ରାୟତ୍ତ ଆମ୍ବୁଲାନ୍ସ ସେବାର ଅଭାବ ଯୋଗୁଁ ଘରୋଇ ଆମ୍ବୁଲାନ୍ସ ସେବା ପ୍ରଦାନକାରୀ ଅଧିକ ଟଙ୍କା ଚାର୍ଜ କରୁଛନ୍ତି ।

Comments are closed.