Latest Odisha News

BREAKING NEWS

ମୁମ୍ବାଇ ଛାଡିଲେ କଙ୍ଗନା

ମୁମ୍ବାଇ: ଶେଷରେ ମୁମ୍ବାଇ ଛାଡିଲେ ବଲିଉଡ କଂଟ୍ରଭର୍ସି କୁଇନ୍ କଙ୍ଗନା । ମନଦୁଃଖରେ ସେ ଆଜି ନିଜ ହୋମ ଟାଉନ୍ ମନାଲୀକୁ ଫେରିଛନ୍ତି । ଯେଉଁଠି ତାଙ୍କ ପରିବାର ରହନ୍ତି । ତେବେ ମୁମ୍ବାଇ ଛାଡିବା ପୂର୍ବରୁ ସେ ଏକ ଟ୍ୱିଟ୍ କରିଛନ୍ତି ।

ଏଥିରେ ସେ ଭାରାକ୍ରାନ୍ତ ମନରେ ମୁମ୍ବାଇ ଛାଡି ଯାଉଥିବା କଥା ଲେଖିଛନ୍ତି । ଏଥିସହ ଗତ କିଛିଦିନ ହେବ ତାଙ୍କୁ କିଭଳି ହଇରାଣ କରାଯାଉଛି ତାହା ମଧ୍ୟ ସେ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି । ସେହିପରି ମୁମ୍ବାକୁ ପାକିସ୍ତାନ ଅଧିକୃତ କାଶ୍ମୀର ସହ ତୁଳନା କରିବା କିଛି ଭୁଲ ନଥିଲା ବୋଲି କଙ୍ଗନା କହିଛନ୍ତି । ଅନ୍ୟଏକ ଟ୍ୱିଟ୍ କରି କଙ୍ଗନା କହିଛନ୍ତି, ରକ୍ଷକ ଏବେ ଭକ୍ଷକ ସାଜିଛି । ଗଣତନ୍ତ୍ରକୁ ନଷ୍ଟ କରୁଛନ୍ତି । ତେବେ ସେମାନେ ତାଙ୍କୁ ଦୁର୍ବଳ ଭାବି ଭୁଲ୍ କରୁଛନ୍ତି ।

ସୂଚନାଯୋଗ୍ୟ ଯେ, ମୁମ୍ବାଇକୁ କଙ୍ଗନା ପିଓକେ ସହ ତୁଳନା କରିବା ପରେ ଶିବସେନା ଏହାକୁ ନେଇ ତାଙ୍କୁ ଟାର୍ଗେଟ କରିଛି । ଚାଲିଛି ଜୋରଦାର ହଙ୍ଗାମା । ବିଏମ୍‌ସି କଙ୍ଗନାଙ୍କ ଅଫିସ୍‌କୁ ବେଆଇନ୍ ଦର୍ଶାଇ ଭାଙ୍ଗି ଦେଇଛି । ଏହି ଘର ଭଙ୍ଗାକୁ ନେଇ ଏବେ ରାଜନୀତି ଜୋର୍ ଧରିଛି । ଏହାକୁ ବିଜେପି ସମେତ ଅନେକ ବିରୋଧୀ ବିରୋଧ କରୁଛନ୍ତି ।

Leave A Reply

Your email address will not be published.