Latest Odisha News

BREAKING NEWS

ଘୁଞ୍ଚିଲା ୟୁଜିସି ଏନ୍‌ଇଟି ପରୀକ୍ଷା

ନୂଆଦିଲ୍ଲୀ: ଘୁଂଚିଲା ସେପ୍ଟେମ୍ବର ୧୬ରେ ହେବାକୁ ଥିବା ୟୁଜିସି ଏନ୍‌ଇଟି ପରୀକ୍ଷା । ଏନେଇ ନ୍ୟାସନାଲା ଟେଷ୍ଟିଂ ଏଜେନ୍ସି ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି । ଚଳିତ ବର୍ଷ ସେପ୍ଟେମ୍ବର ୨୪ ପରେ ଏହି ପରୀକ୍ଷା ହେବ ବୋଲି ଏନ୍‌ଇଟି ବିଜ୍ଞପ୍ତିରେ କହିଛି । ତେବେ ପରୀକ୍ଷା ତାରିଖ ସ୍ଥିତର ହେବା ପରେ ଆଡମିଟ କାର୍ଡର ବିବରଣୀ ugc.nta.nic.inରେ ଉପଲବ୍ଧ ହେବ ।

ସେହିପରି ସେପ୍ଟେମ୍ବର ୧୬,୧୭, ଓ ୨୨ରେ ହେବାକୁ ଥିବା ଏନ୍‌ଟିଏର ଅନ୍ୟାନ୍ୟ ପରୀକ୍ଷା ମଧ୍ୟ ସ୍ଥଗିତ ରଖାଯାଇଛି । ଏହି ସବୁ ପରୀକ୍ଷାର ତାରିଖ ବାବଦରେ ଏନ୍‌ଟିଏ ପୁଣିଥରେ ବିଜ୍ଞପ୍ତି ପ୍ରକାଶ କରିବ । ସୂଚନାଯୋଗ୍ୟ ଯେ, ସାରା ଦେଶରେ କରୋନା ମହାମାରୀ ଯୋଗୁଁ ପରୀକ୍ଷା ଘୁଂଚାଇବାକୁ ଦାବି ହୋଇଥିଲା ।

Comments are closed.