Latest Odisha News

BREAKING NEWS

୮୧ ହଜାର ଡଲାରରେ ନିଲାମ ହେଲା ଆବ୍ରାହାମ ଲିଙ୍କନଙ୍କ କେଶ

ୱାଶିଂଟନ:ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହାମ ଲିଙ୍କନଙ୍କ କେଶ ଏବଂ ରକ୍ତର ଦାଗଯୁକ୍ତ ଏକ ଟେଲିଗ୍ରାମକୁ ନିଲାମ କରାଯାଇଥିଲା । ଆଶ୍ଚର୍ଯ୍ୟଜନକ ଭାବେ ୮୧ ହଜାର ଡଲାରରୁ ଅଧିକ ମୂଲ୍ୟରେ ଏହା ନିଲାମ ହୋଇଥିବା ବୋଷ୍ଟନ ଆରଆର କମ୍ପାନୀ ପକ୍ଷରୁ କୁହାଯାଇଛି । ଫୋର୍ଡସ ଥିଏଟରରେ ଜନ ୱିଲକିସ୍ ଏହି ପୂର୍ବତନ ରାଷ୍ଟ୍ରପତିଙ୍କୁ ଗୁଳି କରି ହତ୍ୟା କରିଥିଲେ ।

୫ ସେମିର କେଶ ଗୁଚ୍ଛ ପୋଷ୍ଟମର୍ଟମ ବେଳେ କଢ଼ା ଯାଇଥିଲା । ଏହାକୁ ଏକ ଯୁଦ୍ଧ ବିଭାଗ ଟେଲିଗ୍ରାମ ଉପରେ ଲଗାଯାଇ ଲିମ୍ୟାନଙ୍କ (ଲିଙ୍କନଙ୍କ ସମ୍ପର୍କୀୟ ଭାଇ) ନିକଟକୁ ପଠା ଯାଇଥିଲା । ଏହା ୧୮୬୫ ଏପ୍ରିଲ ୧୪ରେ ପଂହଚିଥିଲା । ସେବେଠାରୁ ଏହା ତାଙ୍କ ପରିବାର ତଦାରଖରେ ରହିଛି । ୧୯୯୯ରେ ଏହାକୁ ପ୍ରଥମେ ନିଲାମ କରାଯାଇଥିଲା ।

Leave A Reply

Your email address will not be published.