Latest Odisha News

BREAKING NEWS

ଖୁସି ଖବର, ଭାରତକୁ ଆସିବ ୧୦ କୋଟି କରୋନା ଟିକା

ନୂଆଦିଲ୍ଲୀ: ଭାରତକୁ ଆସିବ ୧୦ କୋଟି କରୋନା ଟିକା । ଋଷର ପ୍ରଥମ କରୋନା ଟିକା ସ୍ପୁଟନିକ୍‌-ଭି ଭାରତକୁ ଆସିବ । ଋଷିଆଠୁ ଭାରତ କୋଭିଡ୍-୧୯ ସ୍ପୁଟନିକ୍-ଭି ଭାକସିନ୍‌ର ୧୦୦ ମିଲିୟନ ଡୋଜ୍ ଆଣିବ । ପ୍ରମୁଖ ଫାର୍ମା କମ୍ପାନୀ ଡାକ୍ତର ରେଡ୍ଡି ଲ୍ୟାବ୍ ଏହି ଭାକସିନ୍ କିଣିବ ବୋଲି ସୂଚନା ମିଳିଛି ।

ଏହି ଭାକସିନର କ୍ଲିନିକାଲ ଟ୍ରାଏଲ୍ ଭାରତରେ ମଧ୍ୟ ଆରମ୍ଭ ହେବ । ଏପରିକି ଡାକ୍ତର ରେଡ୍ଡି ଲ୍ୟାବ୍ ଓ ଋଷ ମିଳିତ ଭାବେ ଏହାର ପରୀକ୍ଷଣ କରିବେ । ତେବେ ଡିଜିସିଆଇର ଅନୁମୋଦନ ପରେ ହିଁ ପରୀକ୍ଷଣ ଓ ଭାକସିନ୍ ଯୋଗାଣରୁ ମଞ୍ଜୁରୀ ମିଳିବ ।

ଋଷିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ ଭାକସିନ୍ ଯୋଗାଣ ନେଇ କାଜାକିସ୍ତାନ, ବ୍ରାଜିଲ୍ ଓ ମେକ୍ସିକୋ ସହ ଚୁକ୍ତି ସ୍ୱାକ୍ଷରିତ କରିସାରିଛି । ଏବେ ଭାରତ ସହ ମଧ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।

କରୋନା ଭାକସିନ୍ ଋଷିଆ ସର୍ବପ୍ରଥମେ ବାହାର କରିଥିବା ଦାବି କରୁଛି । ଏହି ଭାକସିନକୁ ୪୦ ହଜାର ଲୋକଙ୍କ ଉପରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯାଉଛି । ଅଗଷ୍ଟ ୨୬ରୁ ଏହି ପରୀକ୍ଷଣ ଆରମ୍ଭ ହୋଇଛି ।

Leave A Reply

Your email address will not be published.