Latest Odisha News

ରାଜ୍ୟରେ ୨୪ ଘଣ୍ଟାରେ ପରୀକ୍ଷଣ ହୋଇଛି ୫୧ ହଜାରରୁ ଉର୍ଦ୍ଧ୍ବ ନମୁନା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୫୧ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୫୧,୧୫୪ କରୋନା ନମୁନା ପରୀକ୍ଷା ହୋଇଛି।

ଏଥିମଧ୍ୟରୁ ୪୩,୦୩୧ ଜଣଙ୍କର ଆଣ୍ଟିଜେନ, ୭୯୬୦ ଟି ଆରଟିପିସିଆର୍ ଓ ୧୬୩ ଟି ଟ୍ରୁନଟ୍‌ ପରୀକ୍ଷା ହୋଇଛି ବୋଲି ସୂଚନା ମିଳିଛି ।

ଲଗାତାର କିଛି ଦିନ ଧରି ରାଜ୍ୟରେ ୫୦ ହଜାରରୁ ଅଧିକ ବା ଏହାର ପାଖାପାଖି ନମୁନା ପରୀକ୍ଷା ହେବା ଫଳରେ ନମୁନା ପରୀକ୍ଷଣ ସଂଖ୍ୟା ଇତିମଧ୍ୟରେ ୩୦ ଲକ୍ଷ ଟପିଲାଣି ।

ଟେଷ୍ଟିଂ ବଢିବା କାରଣରୁ ରାଜ୍ୟରେ ସଂକ୍ରମିତଙ୍କ ତାଲିକା ମଧ୍ୟ ବଢ଼ିବାରେ ଲାଗିଛି।

ଓଡିଶାରେ ଶନିବାର ଦିନ ନୂଆ ୪୨୦୯ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୫ ହଜାର ୫୫୦ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୭ ହଜାର ୨୩୯ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ୍ ୧,୩୭,୫୬୭ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

Comments are closed.